ଦୀପାବଳିରେ ଦୁର୍ଘଟଣା: ଚାଲିଗଲା ୨ ଜୀବନ

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ଆଲୋକର ପର୍ବ ଦୀପାବଳିରେ ଘଟିଛି ଦୁର୍ଘଟଣା। ଭାରସାମ୍ୟ ହରାଇ ଗୋଟିଏ ବାଇକ ରାସ୍ତା କଡ଼ ରେଲିଂରେ ପିଟି ହେବାରୁ ୨ ଜଣଙ୍କ ଜୀବନ ଚାଲି ଯାଇଛି। ସେହିପରି ଆଉ ଜଣେ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ଘୋଷା ଛକ ନିକଟରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଯୁବକ ଗୋଟିଏ ହିରୋ ସୁପର ସ୍ପ୍ଲେଣ୍ଡର ବାଇକରେ ଫୁଟବଲ ଦେଖି ଘରକୁ ଫେରୁଥିଲେ। […]

accident

accident

Hemant Lenka
  • Published: Monday, 24 October 2022
  • Updated: 24 October 2022, 10:47 PM IST

Sports

Latest News

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ଆଲୋକର ପର୍ବ ଦୀପାବଳିରେ ଘଟିଛି ଦୁର୍ଘଟଣା। ଭାରସାମ୍ୟ ହରାଇ ଗୋଟିଏ ବାଇକ ରାସ୍ତା କଡ଼ ରେଲିଂରେ ପିଟି ହେବାରୁ ୨ ଜଣଙ୍କ ଜୀବନ ଚାଲି ଯାଇଛି। ସେହିପରି ଆଉ ଜଣେ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ଘୋଷା ଛକ ନିକଟରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଯୁବକ ଗୋଟିଏ ହିରୋ ସୁପର ସ୍ପ୍ଲେଣ୍ଡର ବାଇକରେ ଫୁଟବଲ ଦେଖି ଘରକୁ ଫେରୁଥିଲେ। ସେମାନେ ଘୋଷା ଛକ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଘଟିଥିଲା ଅଘଟଣ। ଗାଡ଼ିର ବେଗ ଅଧିକ ଥିବାରୁ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ରାସ୍ତା କଡ଼ରେ ଥିବା ରେଲିଂରେ ଗାଡ଼ିଟି ମାଡ଼ ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨ ଜଣ ଯୁବକ ପ୍ରାଣ ହରାଇଥିଲେ। ସେହିପରି ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମୃତକ ଦ୍ୱୟ ହେଲେ କୁଡ଼ାପଡ଼ାର ମାନସ ବାଗ ଓ ଲାର୍ଡ ଗାଁର ବିକାଶ ମାଝୀ। ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ଚାନ୍ଦୁଟିକ୍ରାର ଜିତେନ୍ଦ୍ର ବୁଦୁଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos