ଓଲଟି ପଡ଼ିଲା ଟ୍ରାକ୍ଟର, ଦୁଇ ଶ୍ରମିକ ମୃତ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଆଇଡିସି ଖଣି ଭିତରେ ପାଣି ଟ୍ୟାଙ୍କର ଟ୍ରାକ୍ଟର ଓଲଟି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଭୂଇଁଆ ରୋଇଡ଼ା ଗାଁର ସମରା କାରୁଆ ଓ ଦମୟନ୍ତି ଓରାମ। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସମରା ଓ ଦମୟନ୍ତି ଟ୍ରାକ୍ଟରରେ ବସି ଖଣିକୁ କାମ କରିବାକୁ ଯାଉଥିଲେ। ଡ୍ରାଇଭର ସହ […]

Accident

Accident

Tapaswini Nayak
  • Published: Friday, 12 November 2021
  • Updated: 12 November 2021, 02:23 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଆଇଡିସି ଖଣି ଭିତରେ ପାଣି ଟ୍ୟାଙ୍କର ଟ୍ରାକ୍ଟର ଓଲଟି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଭୂଇଁଆ ରୋଇଡ଼ା ଗାଁର ସମରା କାରୁଆ ଓ ଦମୟନ୍ତି ଓରାମ। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସମରା ଓ ଦମୟନ୍ତି ଟ୍ରାକ୍ଟରରେ ବସି ଖଣିକୁ କାମ କରିବାକୁ ଯାଉଥିଲେ। ଡ୍ରାଇଭର ସହ ସମରା ଓ ଦମୟନ୍ତି  ଟ୍ରାକ୍ଟରରେ ଥିଲେ। ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତୋଜନା ଦେଖାଯାଇଛି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଖଣି ଭିତରେ ଶ୍ରମିକ ଓ ଗ୍ରାମବାସୀ ଧାରଣାରେ ବସିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos