ଦୁଇ ମହିଳା କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି:  ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆଜି ଦୁଇ ଜଣ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ସୁମିତ୍ରା ମାଧବୀ ଓରଫ ମାନିଲା ଏବଂ ଜାଗୀ ମାଡ଼କାମୀ ଓରଫ ନମିତା। ସେମାନେ ୧୦ବର୍ଷ ହେବ କାଲିମେଳା ଦଳମ ପାଇଁ କାର୍ଯ୍ୟ କରୁଥିଲେ। ମାନିଲା ଏବଂ ନମିତାଙ୍କ ନାଁରେ ଅନେକ ସଙ୍ଗୀନ ମାମଲା ରହିଛି। ଉଭୟଙ୍କୁ ଧରାଇ ଦେବା ପାଇଁ ୪ ଲକ୍ଷ ଟଙ୍କାର ପରସ୍କାର ରାଶି ଘୋଷଣା କରାଯାଇଥିଲା। ସେମାନଙ୍କ ବିରୋଧରେ ଦାମନଯୋଡ଼ି […]

maobadi

maobadi

Rakesh Mallick
  • Published: Thursday, 23 February 2017
  • Updated: 23 February 2017, 04:07 PM IST

Sports

Latest News

ମାଲକାନଗିରି:  ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆଜି ଦୁଇ ଜଣ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ସୁମିତ୍ରା ମାଧବୀ ଓରଫ ମାନିଲା ଏବଂ ଜାଗୀ ମାଡ଼କାମୀ ଓରଫ ନମିତା।

ସେମାନେ ୧୦ବର୍ଷ ହେବ କାଲିମେଳା ଦଳମ ପାଇଁ କାର୍ଯ୍ୟ କରୁଥିଲେ। ମାନିଲା ଏବଂ ନମିତାଙ୍କ ନାଁରେ ଅନେକ ସଙ୍ଗୀନ ମାମଲା ରହିଛି। ଉଭୟଙ୍କୁ ଧରାଇ ଦେବା ପାଇଁ ୪ ଲକ୍ଷ ଟଙ୍କାର ପରସ୍କାର ରାଶି ଘୋଷଣା କରାଯାଇଥିଲା। ସେମାନଙ୍କ ବିରୋଧରେ ଦାମନଯୋଡ଼ି ଆକ୍ରମଣ, ପଡ଼ିଆ ବ୍ଲକ୍‌ ବ୍ଲାଷ୍ଟିଂ, ପୋଲିସ୍‌ ଓ ସାଧାରଣ ଲୋକଙ୍କୁ ହତ୍ୟା ପରି ୨୦ରୁ ଅଧିକ ମାମଲା ଥିବା ଜଣାପଡିଛି।

ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଦୁଇଜଣ କ୍ୟାଡର ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି। ସେମାନେ ମୁଖ୍ୟସ୍ରୋତକୁ ଫେରି ଆସିଥିବାରୁ ତାଙ୍କୁ ସ୍ୱାଗତ କରାଯାଉଛି। ସରକାର ସେମାନଙ୍କର ଥଇଥାନ ବ୍ୟବସ୍ଥା କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos