ସମାଜର ମୁଖ୍ୟସ୍ରୋତକୁ ଫେରିଲେ ଦୁଇ ମାଓବାଦୀ, ପୋଲିସ ନିକଟରେ କଲେ ଆତ୍ମସମର୍ପଣ

ରାଉରକେଲା: ଦୁର୍ଦ୍ଦାନ୍ତ କ୍ୟାଡର୍ ମାଓବାଦୀ ଭୀମା ଓରଫ୍ କୃଷ୍ଣ ଲୋହା ଓ ତାର ସହଯୋଗୀ ଫୁଲ ମୁଣ୍ଡା ସହ ଆଜି ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଭୀମାକୁ ଧରାଇଦେବା ପାଇଁ ରାଜ୍ୟ ସରକାର ୫ ଲକ୍ଷ ଓ ଫୁଲ ମୁଣ୍ଡାକୁ ଧରାଇଦେବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

ଭୀମା ଝାଡ଼ଖଣ୍ଡ ସମେତ ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ ଆଦି ଜିଲ୍ଲାରେ ବିଭିନ୍ନ ସମୟରେ ହୋଇଥିବା ପୋଲିସ-ମାଓବାଦୀ ଗୁଳି ବିନିମୟରେ ସଂପୃକ୍ତ ଥିଲା। କ୍ୟାଡର ମାଓବାଦୀ ସୁଷମାକୁ ସେ ବିବାହ କରିଥିଲା।

ସୁଷମା ପୂର୍ବରୁ ପୋଲିସ ନିକଟରେ ଆତ୍ମସମର୍ପଣ କରିସାରିଛନ୍ତି। ମାଓନେତା ଗଣପତି ସହ ମଧ୍ୟ ଭୀମାର ସମ୍ପର୍କ ଥିବା କୁହାଯାଉଛି।