ମା’ର ପୁରୁଷ ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ଚମ୍ପୁଆ (ଓଡ଼ିଶା ରିପୋର୍ଟର): ମା’କୁ ଅସଞ୍ଜତ ଅବସ୍ଥାରେ ଦେଖି ପାରିଲେନି। ଶେଷରେ ମା’ର ପୁରୁଷବନ୍ଧୁଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପୌରପାଳିକା ୧ ନଂ ୱାର୍ଡର ଶାସ୍ତ୍ରୀନଗରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିକନ୍ଦର ମହାକୁଡ଼। ସିକନ୍ଦରଙ୍କର ବସ୍ତିର ଜଣେ ବିଧବା ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଥିଲା। ଗତକାଲି ରାତିରେ ସିକନ୍ଦରଙ୍କ ସହିତ ଉକ୍ତ ମହିଳାଙ୍କୁ ଅସଞ୍ଜତ ଅବସ୍ଥାରେ ଦୁଇ ନାବାଳକ ପୁଅ ଦେଖିଥିଲେ। […]

murder

murder

Tapaswini Nayak
  • Published: Monday, 16 May 2022
  • Updated: 16 May 2022, 12:46 PM IST

ଚମ୍ପୁଆ (ଓଡ଼ିଶା ରିପୋର୍ଟର): ମା’କୁ ଅସଞ୍ଜତ ଅବସ୍ଥାରେ ଦେଖି ପାରିଲେନି। ଶେଷରେ ମା’ର ପୁରୁଷବନ୍ଧୁଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପୌରପାଳିକା ୧ ନଂ ୱାର୍ଡର ଶାସ୍ତ୍ରୀନଗରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିକନ୍ଦର ମହାକୁଡ଼।

ସିକନ୍ଦରଙ୍କର ବସ୍ତିର ଜଣେ ବିଧବା ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଥିଲା। ଗତକାଲି ରାତିରେ ସିକନ୍ଦରଙ୍କ ସହିତ ଉକ୍ତ ମହିଳାଙ୍କୁ ଅସଞ୍ଜତ ଅବସ୍ଥାରେ ଦୁଇ ନାବାଳକ ପୁଅ ଦେଖିଥିଲେ। ଯାହା ଫଳରେ ସେମାନେ ଉତ୍ତ୍ୟକ୍ତ ହୋଇ ସିକନ୍ଦରକୁ ଏକ କାଠ ଖୁଣ୍ଟରେ ବାନ୍ଧି ଠେଙ୍ଗା ଓ ପାଇପରେ ନିସ୍ତୁକ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ସିକନ୍ଦରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଯୋଡ଼ା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଏହାସହ ବିଧବା ମହିଳାଙ୍କ ଦୁଇ ନାବାଳକ ପୁଅଙ୍କୁ ଅଟକ ରଖିଛି ପୁଲିସ। ନାବାଳକ ଦ୍ୱୟ ପୁଲିସ ନିକଟରେ ଦୋଷ ସ୍ୱୀକାର କରିଥିବା ଜଣାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos