ବିଜେପି ଅଫିସ୍‌ରେ ହାଇ ଡ୍ରାମା: ସଭାପତିଙ୍କ ମୁଣ୍ଡରେ ନକଲି ବନ୍ଧୁକ ଲଗାଇ ଧମକେଇଲେ ଯୁବକ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ବନ୍ଧୁକ ମୁନରେ ଧମକ ଦିଆଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆଜି ଦୁଇଜଣ ଯୁବକ ଧସେଇ ପଶିଆସି, ତାଙ୍କୁ ଧମକ ଦେଇଛନ୍ତି। ବସନ୍ତ ଚାମ୍ବରରେ ଥିଲା ବେଳେ ଦୁଇ ଜଣ ଯୁବକ ବନ୍ଧୁକ ଧରି ପଶିଆସି ଧମକ ଦେଇଥିଲେ। ଏ ଦୁହିଁଙ୍କୁ କର୍ମୀମାନେ କାବୁ କରି ପୋଲିସ ଜିମାରେ ଦେବାପରେ ପୋଲିସ୍ ତାଙ୍କୁ ଗିରଫ କରିଛି। ସବୁଠାରୁ ହାସ୍ୟାସ୍ପଦ କଥା ହେଲା, ବସନ୍ତଙ୍କୁ ସେମାନେ ଦେଖାଇଥିବା ବନ୍ଧୁକଟି ନକଲି ଥିଲା। […]

nn

nn

Rakesh Mallick
  • Published: Monday, 20 November 2017
  • Updated: 20 November 2017, 01:28 PM IST

Sports

Latest News

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ବନ୍ଧୁକ ମୁନରେ ଧମକ ଦିଆଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆଜି ଦୁଇଜଣ ଯୁବକ ଧସେଇ ପଶିଆସି, ତାଙ୍କୁ ଧମକ ଦେଇଛନ୍ତି। ବସନ୍ତ ଚାମ୍ବରରେ ଥିଲା ବେଳେ ଦୁଇ ଜଣ ଯୁବକ ବନ୍ଧୁକ ଧରି ପଶିଆସି ଧମକ ଦେଇଥିଲେ। ଏ ଦୁହିଁଙ୍କୁ କର୍ମୀମାନେ କାବୁ କରି ପୋଲିସ ଜିମାରେ ଦେବାପରେ ପୋଲିସ୍ ତାଙ୍କୁ ଗିରଫ କରିଛି। ସବୁଠାରୁ ହାସ୍ୟାସ୍ପଦ କଥା ହେଲା, ବସନ୍ତଙ୍କୁ ସେମାନେ ଦେଖାଇଥିବା ବନ୍ଧୁକଟି ନକଲି ଥିଲା। ଏହାକୁ ମଧ୍ୟ ପୋଲିସ୍ ଜବତ କରିଛି।

ଘଟଣାଟି ଘଟିଥିଲା ଏମିତି। ରାମ ମନ୍ଦିର ପାଖ ବିଜେପି ଅଫିସ୍‌ରେ ହଠାତ୍ ଦୁଇଜଣ ଯୁବକ ପଶି ଆସିଥିଲେ। ତା ପରେ ସେମାନେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କୋଠରିକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ। ସେମାନଙ୍କୁ ସେଠାରେ ଉପସ୍ଥିତ କର୍ମୀ ଅଟକାଇବାରୁ ନିଜକୁ ବିଜେପି କର୍ମୀ ବୋଲି କହିଥିଲେ। ଏ କଥା ବି କହିଥିଲେ, ଆମ କଥା ନ ଶୁଣିବାରୁ ରାଜ୍ୟ ସଭାପତିଙ୍କୁ ଧମକ ଦେଇଛୁ।

ଏହି ଘଟଣା ପରେ ବସନ୍ତ ପଣ୍ଡା କହିଛନ୍ତି- “ଆସନ୍ତାକାଲି ଉଭୟ ଯୁବକ କାର୍ଯ୍ୟାଳୟକୁ ଆସି ମୋତେ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବାପାଙ୍କ ଚିକିତ୍ସା ପାଇଁ ସେମାନେ ସହାୟତା ମାଗିଥିଲେ। କାଗଜପତ୍ର ସହ ଆଜି ଆସିବାକୁ ସେମାନଙ୍କୁ କହିଥିଲି। ଆଜି ସେହି ଯୁବକମାନେ ପୁଣି ଆସିଥିଲେ। ସହାୟତା କଥା କିଛି ନ କହି ଧମକ ଦେଇଥିଲେ। ଉଭୟଙ୍କୁ କେହି ଜାଣି ଶୁଣି ଧମକ ଦେବା ପାଇଁ ପଠାଇଥାଇପାରନ୍ତି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos