ପୁରୀରେ ପହଞ୍ଚିଲା ୨ କ୍ୱିଣ୍ଟାଲ୍‌ ୫୨ କେଜି ବାସୁଙ୍ଗା ପାଟ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣମୀ ପଡ଼ୁଛି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଅଣସର ନୀତି ପାଇଁ ଲାଗୁଥିବା ମୋଟ୍‌ ୨ କ୍ୱିଣ୍ଟାଲ୍‌ ୫୨ କେଜି ବାସୁଙ୍ଗା ପାଟ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। କଟକ ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏହି ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟଠାରୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ବରାଦ ଦିଆଯାଇଥିଲା। ପୂର୍ବରୁ ଏହି ପାଟର ସାମ୍ପୁଲ୍‌ ଚିହ୍ନଟ ଲାଗି ବାଡଗ୍ରାହୀ ସେବକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସଂପୃକ୍ତ ପାଟର ମାନ ଅନୁଧ୍ୟାନ କରିବା ପରେ ପ୍ରଶାସନ କିଣିବା ଲାଗି ବରାଦ ଦେଇଥିଲା। ଏହି ବାସୁଙ୍ଗା ପାଟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା କରାଯିବ। ଓ ଅଣସର ସମୟରେ ଏହି ପାଟ ଵ୍ୟବହାର କରାଯିବ।

ଚଳିତ ବର୍ଷ ଘଣାଲାଗିରେ ଶ୍ରୀ ବଳଭଦ୍ରଙ୍କର ଶ୍ରୀ ଅଙ୍ଗ ସୁରକ୍ଷା ଦିଆଯିବ। ଏହାସହ ସମସ୍ତ ଠାକୁରଙ୍କର ମଧ୍ୟ ସେବା କରାଯିବ। ଏହା ଅତ୍ୟନ୍ତନ୍ତ ଗୁପ୍ତ ସେବାବୋଲି ଦଇତାପତି ସେବକ କହିଛନ୍ତି।

ଆହୁରି ପଢ଼ନ୍ତୁ

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଗୋଟିଏ ପରିବାରର ୬ ଗୁରୁତର

ମୋଦି ସରକାରଙ୍କୁ ଜବରଦସ୍ତ ଝଟକା: କୃଷି ବିଲକୁ ବିରୋଧ କରି ଏନଡିଏ ଛାଡ଼ିଲା ଅକାଳି ଦଳ

ଅକ୍ଟୋବର ୧ରୁ ଖୋଲିବ ଯାତ୍ରା ପେଣ୍ଡାଲ ଓ ସିନେମା ହଲ୍‌

ଫଡନାଭିସଙ୍କୁ ହଠାତ୍‌ ଗୁପ୍ତ ଭାବେ ଭେଟିଲେ ସଞ୍ଜୟ ରାଉତ, ଜାଣନ୍ତୁ କାରଣ କ’ଣ

୨୮ରୁ ପିଲାଙ୍କ ପାଇଁ ‘ରେଡିଓ ପାଠଶାଳା’, ବିରୋଧୀ ଉଠାଇଲେ ପ୍ରଶ୍ନ

କଟକରେ ନକଲି ସସ୍ କାରଖାନା

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, ଆଗରେ ଖୋର୍ଦ୍ଧା

ବାଦ ପଡ଼ିଲେ ରାମ ମାଧବ, ତେଜସ୍ୱୀ ଯୁବମୋର୍ଚ୍ଚା ଅଧ୍ୟକ୍ଷ

ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୭ ଲୋକାଲ୍‌ କେସ

ଅପରାଜିତାଙ୍କୁ ଜାତୀୟସ୍ତରରେ ମିଳିଲା ନୂଆ ଦାୟିତ୍ୱ

ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

କରୋନା ଔଷଧ ବିକ୍ରି କରୁଥିଲେ, ଉଠାଇ ନେଲା ପୁଲିସ