ପୋଖରୀରେ ବୁଡ଼ି ୨ଛାତ୍ରୀ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଭଇଁଚୁଆ ପଞ୍ଚାୟତର ବେଲୁରିହାଟ ଗାଁରେ ଆଜି ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ଦୁଇ ଜଣ ଛାତ୍ରୀ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡି ଯାଇଥଲେ। ତାଙ୍କ ସାଙ୍ଗରେ ଯାଇଥିବା ଆଉ ଜଣେ ବନ୍ଧୁ ଏହି ବିଷୟରେ ପରିବାର ଲୋକଙ୍କୁ  ଖବର ଦେଇଥିଲେ। ପରିବାର ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ନେଲାବେଳେ ବାଟରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା।