ଫେଲ୍‌ ହୋଇଯିବା ଭୟରେ ଆତ୍ମହତ୍ୟା କରିଦେଲେ, ପାଇଛନ୍ତି ସେକେଣ୍ଡ ଡିଭିଜନ୍‌

ବ୍ରହ୍ମପୁର(ଓଡିଶା ରିପୋର୍ଟର): ପରୀକ୍ଷାରେ ଫେଲ୍‌ ହୋଇଯିବେ। କ୍ୟାରିୟର ନଷ୍ଟ ହୋଇଯିବ। ଘରେ, ବାହାରେ ସବୁଆଡେ ଅପବାଦ ଶୁଭିବ। ବାସ୍‌, ଏଇ କଥା ସବୁ ତାଙ୍କ ମୁଣ୍ଡ ବିଗାଡିଦେଲା। ଆଉ ସେ ନିଜର ହିତାହିତ ଜ୍ଞାନ ହରାଇ ବସିଲେ। ଶେଷରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଦେଲେ। ଘଟଣାଟି ଘଟିଛି ବ୍ରହ୍ମପୁର ବଡବଜାର ଅଞ୍ଚଳରେ। ବଡବଜାର ଥାନା ଅନ୍ତର୍ଗତ ଗାୟତ୍ରୀନଗରର ରହୁଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ରାଜେଶ ପଣ୍ଡା ଆତ୍ମହତ୍ୟା କରିଛନ୍ତି। ଆଉ ଆତ୍ମହତ୍ୟାର […]

pass

pass

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 09:10 PM IST

Sports

Latest News

ବ୍ରହ୍ମପୁର(ଓଡିଶା ରିପୋର୍ଟର): ପରୀକ୍ଷାରେ ଫେଲ୍‌ ହୋଇଯିବେ। କ୍ୟାରିୟର ନଷ୍ଟ ହୋଇଯିବ। ଘରେ, ବାହାରେ ସବୁଆଡେ ଅପବାଦ ଶୁଭିବ। ବାସ୍‌, ଏଇ କଥା ସବୁ ତାଙ୍କ ମୁଣ୍ଡ ବିଗାଡିଦେଲା। ଆଉ ସେ ନିଜର ହିତାହିତ ଜ୍ଞାନ ହରାଇ ବସିଲେ। ଶେଷରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଦେଲେ।

ଘଟଣାଟି ଘଟିଛି ବ୍ରହ୍ମପୁର ବଡବଜାର ଅଞ୍ଚଳରେ। ବଡବଜାର ଥାନା ଅନ୍ତର୍ଗତ ଗାୟତ୍ରୀନଗରର ରହୁଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ରାଜେଶ ପଣ୍ଡା ଆତ୍ମହତ୍ୟା କରିଛନ୍ତି। ଆଉ ଆତ୍ମହତ୍ୟାର କାରଣ ହେଉଛି ପରୀକ୍ଷାରେ ଫେଲ୍‌ ହେବାର ଭୟ। କିନ୍ତୁ ଯେତେବେଳେ ଆଜି ଫଳ ବାହାରିଲା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ରାଜେଶ ସେକେଣ୍ଡ ଡିଭିଜନ ପାଇ ପାସ୍‌ କରିଛନ୍ତି। ଏଇ କଥା ଜଣାପଡିବା ପରେ ଘର ଲୋକଙ୍କ ଉପରେ ପାହାଡ ଯେମିତି ଛିଣ୍ଡି ପଡିବା ଭଳି ଲାଗିଲା। କାନ୍ଦ ବୋବାଳିରେ ଉଛୁଲି ପଡିଲା ଘର।

ରାଜେଶ ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଥିଲେ। ଶନିବାର ପରୀକ୍ଷା ଫଳ ପ୍ରକାଶ ପାଉଥିବା କଥା ଜାଣି ସେ ବିବ୍ରତ ହୋଇ ପଡିଥିଲେ। ଫେଲ ହୋଇଯିବା ଭୟରେ ଗୁରୁବାର ସେ ଦେହରେ ନିଆଁ ଲଗାଇ ଦେଇଥିଲେ। ଖାଲି ରାଜେଶ ନୁହଁନ୍ତି ରାୟଗଡ଼ା ରୋହିତ କଲୋନୀର ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ମଧ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ସେ ଜିଲ୍ଲା ଯୋଜନା ଏବଂ ପରିଚାଳନା ବିଭାଗର ସହକାରୀ ଷ୍ଟାଟିଷ୍ଟିକାଲ୍ ଅଧିକାରୀ ଅଭୟ କୁମାର ସେଠୀଙ୍କ ପୁଅ ଅନୁରାଗ । ସେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos