ଶାସନ କେନାଲରେ ୨୦ଫୁଟରେ ଘାଇ,ଏକର ଏକର ଜମିରେ ମାଡ଼ିଗଲା ପାଣି

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମରୁ ବାହାରିଥିବା ଶାସନ କେନାଲରେ ୨୦ ଫୁଟରେ ଘାଇ ସୃଷ୍ଟି ହୋଇଛି। ପଣ୍ଡରିପାଲି ନିକଟ ହୀରାକୁଦ ଶାସନ କେନାଲରେ ବଡ଼ ଘାଇ ଯୋଗୁଁ ଆଖପାଖରେ ଥିବା ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି। ଜଳସେଚନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କେନାଲ ମରାମତି କାମ ଆରମ୍ଭ କରିଛନ୍ତି।

କିଛି ଦିନ ତଳେ ମଧ୍ୟ ସେହି କେନାଲରେ ଘାଇ ହୋଇଥିଲା।