ଜଳିଗଲା ୨୦ ବଖରା ଘର

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବାଂଶଗଡ଼ା ଥାନା ଗୋପୀନାଥପୁର ପଞ୍ଚାୟତ ବାଲିପଦା ଗାଁରେ ନିଆଁ ଲାଗି ୨୦ ବଖରା ଭସ୍ମୀଭୂତ ହୋଇଯାଇଛି। ଏଥିସହ ଅଗ୍ନିକାଣ୍ଡରେ ୧୦ଟି ଧାନ ଗଦା ଜଳି ଯାଇଛି।  ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।  ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି।