ପୁରୀରେ ଯାତ୍ରୀଙ୍କ ପାଇଁ ନିର୍ମାଣ ହେବ ୨୦୦ ଘର

ଭୁବନେଶ୍ୱର: ପୁରୀର ଟାଉନ ଥାନା ଓ ଜେଲ ନିକଟରେ ଯାତ୍ରୀଙ୍କ ରହିବା ପାଇଁ ନିର୍ମାଣ ହେବ ଘର। ଏହି ଦୁଇଟି ସ୍ଥାନରେ ୨୦୦ଟି ଘର ନିର୍ମାଣ କରାଯିବ। ଶ୍ରୀମନ୍ଦିର ପ୍ରକଳ୍ପ ସବକମିଟି ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଏ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି, ଆଜି ଶ୍ରୀମନ୍ଦିର ପ୍ରକଳ୍ପ ସବକମିଟି ବୈଠକ ବସିଥିଲା। ଏଥିରେ ଅନେକଗୁଡ଼ିଏ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିରେ ବିଶେଷ କରି ପୁରୀକୁ ଆସୁଥିବା ଯାତ୍ରୀମାନଙ୍କ […]

shreemandira

shreemandira

Rakesh Mallick
  • Published: Monday, 28 December 2015
  • Updated: 28 December 2015, 12:14 PM IST

Sports

Latest News

ଭୁବନେଶ୍ୱର: ପୁରୀର ଟାଉନ ଥାନା ଓ ଜେଲ ନିକଟରେ ଯାତ୍ରୀଙ୍କ ରହିବା ପାଇଁ ନିର୍ମାଣ ହେବ ଘର। ଏହି ଦୁଇଟି ସ୍ଥାନରେ ୨୦୦ଟି ଘର ନିର୍ମାଣ କରାଯିବ। ଶ୍ରୀମନ୍ଦିର ପ୍ରକଳ୍ପ ସବକମିଟି ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।

ଏ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି, ଆଜି ଶ୍ରୀମନ୍ଦିର ପ୍ରକଳ୍ପ ସବକମିଟି ବୈଠକ ବସିଥିଲା। ଏଥିରେ ଅନେକଗୁଡ଼ିଏ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିରେ ବିଶେଷ କରି ପୁରୀକୁ ଆସୁଥିବା ଯାତ୍ରୀମାନଙ୍କ ରହିବା ସୁବିଧା ଉପରେ ଧ୍ୟାନ ଦିଆଯାଇଛି। ଯାତ୍ରୀମାନଙ୍କ ରହିବା ପାଇଁ କମ୍ ମୂଲ୍ୟରେ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଟାଉନ୍ ଥାନା ଓ ଜେଲ ନିକଟରେ ୨୦୦ ଘର ନିର୍ମାଣ କରାଯିବ। ସେହିପରି ପୁରୀ ସହରରେ ଥିବା ଅନେକ ଧର୍ମଶାଳାଗୁଡ଼ିକରେ ଖାଲି ସ୍ଥାନ ରହିଛି। ସେହି ଖାଲି ସ୍ଥାନଗୁଡ଼ିକରେ ମଧ୍ୟ ଯାତ୍ରୀମାନଙ୍କ ରହିବା ପାଇଁ ଘର ତିଆରି କରାଯିବ। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି।

ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ମଠଗୁଡ଼ିକ ଅଧୀନରେ ଥିବା ଅନେକ ଜମିକୁ ମନ୍ଦିର ଅଧୀନକୁ ଆଣିବାକୁ କାର୍ଯ୍ୟ ଜାରି ରହିଛି। ଉକ୍ତ ସ୍ଥାନଗୁଡ଼ିକରେ ମଧ୍ୟ ଯାତ୍ରୀମାନଙ୍କ ରହିବା ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରାଯିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ମନ୍ଦିର ଚାରିପାଖରେ ପରିକ୍ରମା ନିର୍ମାଣ କରାଯିବ। ୱାର୍କ୍ସ ଡିପାର୍ଟମେଣ୍ଟ୍ ପକ୍ଷରୁ ଏହି ପରିକ୍ରମା ନିର୍ମାଣ କରାଯିବ। ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos