୨୦୧୪-୧୫ ଆର୍ଥିକବର୍ଷରେ ୯୩୩ ଜୀବନ ବୀମା ଓ ସାଧାରଣ ବୀମା ଅଭିଯୋଗରୁ ସମାଧାନ ହୋଇଛି ୬୩୩

ଭୁବନେଶ୍ୱର:ବୀମା ଲୋକପାଳ ୨୦୧୪-୧୫ ଆର୍ଥିକବର୍ଷରେ ଜୀବନ ବୀମା ଓ ସାଧାରଣ ବୀମା ନେଇ ୯୩୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ୬୩୩ଟିର ସମାଧାନ କରିଛନ୍ତି। ଏଥିରେ ଜୀବନ ବୀମା କ୍ଷେତ୍ରରେ ୧କୋଟି ୪୦ଲକ୍ଷ ଓ ସାଧାରଣ ବୀମାରେ ୬୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ବିଭିନ୍ନ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେପ୍ଟେମ୍ୱର ଶେଷ ସୁଦ୍ଧା ୬୬୬ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୫୩୮ଟିର ସମାଧାନ ହୋଇଥିବା ବୀମା ଲୋକପାଳ ଦିବସ ଅବସରରେ ସୂଚନା ଦିଆଯାଇଛି।