୨୦୧୪-୧୫ ବର୍ଷ ଲାଗି ଓଡ଼ିଶା ପାଇବ କୃଷି କର୍ମଣ ପୁରସ୍କାର

ଭୁବନେଶ୍ୱର: ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ମିଳିବ ସମ୍ମାନଜନକ କୃଷି କର୍ମଣ ପୁରସ୍କାର।୨୦୧୪-୧୫ ବର୍ଷ ଲାଗି ଓଡ଼ିଶା ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଗତବର୍ଷ ଓଡ଼ିଶାରେ ୧୧୮ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ଟ୍ରଫି ସହ ୫ କୋଟି ଟଙ୍କାର ପୁରଷ୍କାର ପାଇବ ରାଜ୍ୟ। ଏହି ପୁରସ୍କାରକୁ ରାଜ୍ୟର କୃଷକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ଆଜିର କ୍ୟାବିନେଟ ବୈଠକରେ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟର ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତି କରିଛନ୍ତି। ଓଡ଼ିଶା ଚତୁର୍ଥ ଥର ଲାଗି କୃଷି କର୍ମଣ ପୁରସ୍କାର ପାଇଥିବାରୁ କୃଷି ବିଭାଗ ଓ  ଭିଏଡବଲ୍ୟୁଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଶଂସା କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।