୨୦୧୫ରେ ପରିବହନ ମନ୍ତ୍ରୀଙ୍କ ଗସ୍ତ ଖର୍ଚ୍ଚ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର: ଗସ୍ତ ଖର୍ଚ୍ଚରେ ସବୁଠାରୁ ଆଗରେ ପରିବହନ ମନ୍ତ୍ରୀ ରମେଶ ମାଝି। ୨୦୧୫ରେ ତାଙ୍କ ଗସ୍ତ ଖର୍ଚ୍ଚ ହେଉଛି ୭,୧୭,୬୨୨ ଟଙ୍କା। ବିଧାନସଭାରେ କୈଳାସ କୁଲେସିକାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଏହା କହିଛନ୍ତି। ଖର୍ଚ୍ଚର ଦ୍ୱିତୀୟ ନମ୍ବରରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଖର୍ଚ୍ଚ କରିଛନ୍ତି ୪,୭୫,୧୫୨ ଟଙ୍କା। ମୁଖ୍ୟମନ୍ତ୍ରୀଙ୍କଠାରୁ ମାତ୍ର ୧୦୦୦ ଟଙ୍କା କମ ଖର୍ଚ୍ଚ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ […]

Ramesh-Majhi

Ramesh-Majhi

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 04:58 PM IST

Sports

Latest News

ଭୁବନେଶ୍ୱର: ଗସ୍ତ ଖର୍ଚ୍ଚରେ ସବୁଠାରୁ ଆଗରେ ପରିବହନ ମନ୍ତ୍ରୀ ରମେଶ ମାଝି। ୨୦୧୫ରେ ତାଙ୍କ ଗସ୍ତ ଖର୍ଚ୍ଚ ହେଉଛି ୭,୧୭,୬୨୨ ଟଙ୍କା। ବିଧାନସଭାରେ କୈଳାସ କୁଲେସିକାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଏହା କହିଛନ୍ତି। ଖର୍ଚ୍ଚର ଦ୍ୱିତୀୟ ନମ୍ବରରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଖର୍ଚ୍ଚ କରିଛନ୍ତି ୪,୭୫,୧୫୨ ଟଙ୍କା।

ମୁଖ୍ୟମନ୍ତ୍ରୀଙ୍କଠାରୁ ମାତ୍ର ୧୦୦୦ ଟଙ୍କା କମ ଖର୍ଚ୍ଚ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ତାଙ୍କ ଗସ୍ତ ଖର୍ଚ୍ଚର ପରିମାଣ ୪,୭୪,୧୫୨ ଟଙ୍କା। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଗସ୍ତ ଖର୍ଚ୍ଚ ହେଉଛି ୩,୯୯,୯୬୫ ଟଙ୍କା। ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ଖର୍ଚ୍ଚ ୩,୮୧,୫୦୭ ଟଙ୍କା ରହିଛି। ସବୁଠାରୁ କମ ଖର୍ଚ୍ଚ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅତନୁ ସାବ୍ୟସଚୀ ନାୟକ କରିଛନ୍ତି। ସେ ମାତ୍ର ୨୨,୮୮୦ ଟଙ୍କା ଖର୍ଚ୍ଚ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos