୨୦୧୬-୧୭ ବଜେଟର ରୂପରେଖ ନେଇ ବିଶେଷଜ୍ଞଙ୍କ ମତ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ୨୦୧୬-୧୭ ବଜେଟର ରୂପରେଖ କ’ଣ ରହିବ ସେ ନେଇ ଗୁରୁବାର ରାଜ୍ୟ ସରକାର ବିଶେଷଜ୍ଞଙ୍କ ମତ ନେଇଛନ୍ତି। ରାଜ୍ୟ ଅତିଥି ଭବନରେ ଦୁଇଦିନ ଧରି ପ୍ରାକ-ବଜେଟ୍ ଆଲୋଚନା ଆରମ୍ଭ ହୋଇଛି। ରାଜ୍ୟକୁ କେମିତି ଅଧିକ ରାଜସ୍ୱ ମିଳିବ ତା’ ଉପରେ ବୈଠକରେ ଅଧିକ ଗରୁତ୍ୱ ଦିଆଯାଇଥିଲା। ଖଣି ଓ ବିଭିନ୍ନ ଟ୍ୟାକ୍ସ ଆଦାୟ କରି ରାଜସ୍ୱ ବୃଦ୍ଧି କରିବାକୁ ବିଶେଷଜ୍ଞମାନେ ମତ ଦେଇଥିଲେ। ଚଳିତବର୍ଷ ବଜେଟରେ କୃଷି, ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଛି।