ବନ୍ଧୁକ ମୁନରେ ଲୁଟିନେଲେ ୨୧ ଲକ୍ଷ, ଏମିତି ପ୍ଲାନ୍‌ କରିଥିଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ବନ୍ଧୁକ ମୁନରେ ବଡ଼ଧରଣର ଲୁଟ୍‌। ବ୍ୟାଙ୍କ ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏଟିଏମ୍‌ରେ ଟଙ୍କା ଭରିବାକୁ ଯିବା ବେଳେ ଟଙ୍କା ଲୁଟି ନେଲେ ଲୁଟେରା।

ବାଘଲପୁର ଛକ ନିକଟରୁ ହୋଇଥିଲା ଏହି ଲୁଟ୍‌। ୩ଟି ବାଇକରେ ଆସିଥିବା ୬ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ବ୍ୟାଙ୍କ୍ ଅଫ୍ ବରୋଦାରୁ ଟଙ୍କା ନେଇ ଉଲୁଣ୍ଡା ଯାଉଥିଲେ କର୍ମଚାରୀ। ବ୍ୟାଙ୍କରୁ ଟଙ୍କା ନେଇ ATMରେ ଭରିବାକୁ ଯିବା ବେଳେ ଲୁଟ୍ ହୋଇଛି।  ଘଟଣା ସ୍ଥଳରେ ଲୁଟେରାମାନେ ଗୋଟିଏ ବାଇକ ଛାଡ଼ି ଯାଇଥିବା ସୂଚନା ମିଳିଛି।

ପୁଲିସ୍ ଘଟଣାର ଖୋଳତାଡ଼ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।