ଶ୍ରମିକଙ୍କୁ ଆରାମ କରିବାକୁ ମିଳିବ ସ୍ଥାନ, ରାଜ୍ୟରେ ୨୧ଟି ସ୍ଥାନରେ ହେବ ଆଶ୍ରୟସ୍ଥଳ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଶ୍ରମିକ ସମାରୋହ ଉତ୍ସବରେ ଯୋଗ ଦେଇ ନିର୍ମାଣ ଶ୍ରମିକ ପାଇଁ ଅାଶ୍ରୟସ୍ଥଳୀର ଶିଳାନ୍ୟାସ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୨୧ଟି ସ୍ଥାନରେ ଅାଶ୍ରୟସ୍ଥଳ ନିର୍ମାଣ ପାଇଁ ଭିଜିଓ କନଫରେନ୍ସିଂ ଜରିଅାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ସେସବୁ ସହର ଗୁଡିକ ହେଲା  ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର , ପାରାଦୀପ ଅନୁଗୁଳ, ଢେଙ୍କାନାଳ, ଅନୁଗୁଳ ଓ ଝାରସୁଗୁଡ଼ା। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ରାଜ୍ୟରେ ଅଦ୍ୟାବଧି ୧୮ ଲକ୍ଷ ୪୫ ହଜାର ନିର୍ମାଣ […]

naveen

naveen

Rakesh Mallick
  • Published: Monday, 01 May 2017
  • Updated: 01 May 2017, 02:36 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଶ୍ରମିକ ସମାରୋହ ଉତ୍ସବରେ ଯୋଗ ଦେଇ ନିର୍ମାଣ ଶ୍ରମିକ ପାଇଁ ଅାଶ୍ରୟସ୍ଥଳୀର ଶିଳାନ୍ୟାସ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୨୧ଟି ସ୍ଥାନରେ ଅାଶ୍ରୟସ୍ଥଳ ନିର୍ମାଣ ପାଇଁ ଭିଜିଓ କନଫରେନ୍ସିଂ ଜରିଅାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ସେସବୁ ସହର ଗୁଡିକ ହେଲା  ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର , ପାରାଦୀପ ଅନୁଗୁଳ, ଢେଙ୍କାନାଳ, ଅନୁଗୁଳ ଓ ଝାରସୁଗୁଡ଼ା।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ରାଜ୍ୟରେ ଅଦ୍ୟାବଧି ୧୮ ଲକ୍ଷ ୪୫ ହଜାର ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ ମୋଟ୍ ୩୮୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ। ସେ କହିଛନ୍ତି,ରାଜ୍ୟରେ ପ୍ରମୁଖ ସହରରେ ଗୃହ ଓ ନଗର ଉନ୍ନୟନ ବିଭାଗ ଜରିଅାରେ କମ ଦେୟରେ ଶ୍ରମିକଙ୍କ ଘର ଯୋଗାଇ ଦିଅାଯିବ। ଭୁବନେଶ୍ୱର, କଟକ ,ଯାଜପୁର, ବ୍ରହ୍ମପୁର ଓ ପାରାଦୀପରେ ଏହି ଗୃହ ନିର୍ମାଣ ହେବ।  ଅଣସଂଗଠିତ ଓ ଘରୋଇ ଶ୍ରମିକଙ୍କ ପାଇଁ ପଞ୍ଜୀକରଣ ଅାରମ୍ଭ ହେବ। ରାଜ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ସ୍ବତନ୍ତ୍ର ଅାକ୍ସନ ପ୍ଲାନ ହେବ। ତେଲେଙ୍ଗନାନାରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକଙ୍କ  କଲ୍ୟାଣ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ରାଜ୍ୟ ସରକାର। ସେଠାକାର ଗୃହ ଓ ଶ୍ରମ ମନ୍ତ୍ରୀଙ୍କ ସହ କଥା ହୋଇଥିବା ସେ ସୂଚନା ଦେଇଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos