ରାୟଗଡ଼ା(ମନୋଜ ପାତ୍ର ) କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ୨୭ ଦାଦନ ଶ୍ରମିକଙ୍କୁ ରାୟଗଡ଼ା ରେଳ ଷ୍ଟେସନରୁ ଜିଆରପି ଓ ରାୟଗଡ଼ା ପୁଲିସ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୮ ମହିଳା, ୨ ପୁରୁଷ ଓ ୭ ନାବାଳିକା ରହିଛନ୍ତି। ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଦଲାଲଙ୍କୁ ଅଟକ ରଖିଛି ପୁଲିସ ।
ଏହି ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଓ ଚନ୍ଦ୍ରପୁର ଅଞ୍ଚଳର। ଆନ୍ଧ୍ରପ୍ରଦେଶର ବିଭିନ୍ନ ଇଟାଭାଟି ଓ ଚିଙ୍ଗୁଡି ଫାର୍ମରେ କାମ କରାଇବାକୁ ସେମାନଙ୍କୁ ବିଳାସପୁର-ତିରୁପତି ଏକ୍ସପ୍ରେସ ଯୋଗେ ଚାଲାଣ କରାଯାଉଥିଲା। ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
Politics
ଯାଜପୁର କଳିରେ ଲମ୍ଫ ମାରିଲେ ପ୍ରମିଳା; ପ୍ରତି ଆକ୍ରମଣ କଲେ ହିମାଂଶୁ
ହିମାଂଶୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରି ଗଣମାଧ୍ୟମରେ ପ୍ରମିଳା କହିଥିଲେ, ଧର୍ମଶାଳା ବିଧାୟକ ମିଛ କହୁଛନ୍ତି। ଗାଡିରୁ ସେ ଓହ୍ଲାଇ ନାହାଁନ୍ତି। ତାଙ୍କୁ କିଏ ଆକ୍ରମଣ କଲା
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।