ରାୟଗଡ଼ା ରେଳ ଷ୍ଟେସନରୁ ୨୭ ଦାଦନ ଶ୍ରମିକ ଉଦ୍ଧାର 

ରାୟଗଡ଼ା(ମନୋଜ ପାତ୍ର ) କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ୨୭ ଦାଦନ ଶ୍ରମିକଙ୍କୁ ରାୟଗଡ଼ା ରେଳ ଷ୍ଟେସନରୁ ଜିଆରପି ଓ ରାୟଗଡ଼ା ପୁଲିସ  ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୮  ମହିଳା, ୨  ପୁରୁଷ ଓ ୭ ନାବାଳିକା ରହିଛନ୍ତି। ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଦଲାଲଙ୍କୁ ଅଟକ ରଖିଛି ପୁଲିସ । ଏହି  ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଓ ଚନ୍ଦ୍ରପୁର ଅଞ୍ଚଳର।  ଆନ୍ଧ୍ରପ୍ରଦେଶର […]

rayagada-1.1--

Niharika Rout
  • Published: Sunday, 21 July 2019
  • , Updated: 21 July 2019, 11:26 AM IST

ରାୟଗଡ଼ା(ମନୋଜ ପାତ୍ର ) କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ୨୭ ଦାଦନ ଶ୍ରମିକଙ୍କୁ ରାୟଗଡ଼ା ରେଳ ଷ୍ଟେସନରୁ ଜିଆରପି ଓ ରାୟଗଡ଼ା ପୁଲିସ  ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୮  ମହିଳା, ୨  ପୁରୁଷ ଓ ୭ ନାବାଳିକା ରହିଛନ୍ତି। ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଦଲାଲଙ୍କୁ ଅଟକ ରଖିଛି ପୁଲିସ ।

ଏହି  ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଓ ଚନ୍ଦ୍ରପୁର ଅଞ୍ଚଳର।  ଆନ୍ଧ୍ରପ୍ରଦେଶର ବିଭିନ୍ନ ଇଟାଭାଟି ଓ ଚିଙ୍ଗୁଡି ଫାର୍ମରେ କାମ କରାଇବାକୁ ସେମାନଙ୍କୁ ବିଳାସପୁର-ତିରୁପତି ଏକ୍ସପ୍ରେସ ଯୋଗେ  ଚାଲାଣ କରାଯାଉଥିଲା। ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର  କରାଯାଇଛି।

 

Related story