ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ପୁଲିସ୍ ପଦକ ଘୋଷଣା ହୋଇଛି। ଏଥର ବିଭିନ୍ନ ବର୍ଗରେ ରାଜ୍ୟର ୨୯ ଜଣଙ୍କୁ ପୁଲିସ୍ ପଦକ ମିଳିବ। ୧୧ ଜଣଙ୍କୁ ପୁଲିସ୍ ସାହସିକତା ପଦକ ମିଳିବାକୁ ଥିବା ବେଳେ ୪ ଜଣ ପୁଲିସ୍ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ।
ସେହିପରି ୧୪ ଜଣ ପୁଲିସ୍ କର୍ମଚାରୀ ପ୍ରଶଂସନୀୟ ସେବା ପଦକ ପାଇବେ। ଛତ୍ରପୁର ଅଷ୍ଟମ ବାଟାଲିୟନ୍ କମାଣ୍ଡାଣ୍ଟ ଉଦୟ କୁମାର ରଥ, ସପ୍ତମ ସ୍ୱତନ୍ତ୍ର ବାଟାଲିୟନ୍ କମାଣ୍ଡାଣ୍ଟ ଜବାହର ମୋହନ ପଟେଲ, ଅଷ୍ଟମ ବାଟାଲିୟନ୍ କମାଣ୍ଡାଣ୍ଟ ଚନ୍ଦ୍ରଶେଖର ପାତ୍ର, ଏସ୍ପି ଟଙ୍କଧର ପ୍ରଧାନ, ଡିସିପି ଟ୍ରେନିଂ ବିଜୟ କୁମାର ସାହୁ, କ୍ରାଇମବ୍ରାଞ୍ଚ ଏଏସ୍ପି ରାଧା ବିନୋଦ ପାଣିଗ୍ରାହୀ, ଡିଏସ୍ପି ଉଦୟଭାନୁ ମିଶ୍ର, ଡିଏସ୍ପି ବୃନ୍ଦାବନ ଘଡ଼େଇ, ଡିଏସ୍ପି ସରୋଜ କୁମାର ସାମଲ, ଡିଏସ୍ପି ରବୀନ୍ଦ୍ର ପଣ୍ଡା, ଏଏସ୍ଆଇ ମୋହିତ ମଲ୍ଲିକ, ଏଏସ୍ଆଇ ରବୀନ୍ଦ୍ର ଆଚାର୍ଯ୍ୟ, ହାବିଲଦାର ଅମିୟ ରାଉତରାୟ ଓ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ ପ୍ରଶଂସନୀୟ ସେବା ପଦକ ପାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।