୨୯ରେ କୋଣାର୍କ ଆନ୍ତର୍ଜାତିକ ସାଇକ୍ଲୋଥନ୍

ଭୁବନେଶ୍ୱର: ନଭେମ୍ବର ୨୯ରେ ଅନୁଷ୍ଠିତ ହେବ କୋଣାର୍କ ଆନ୍ତର୍ଜାତିକ ସାଇକ୍ଲୋଥନ। କୋଣାର୍କ ବେଳାଭୂମିରୁ ପୁରୀ ପର୍ଯ୍ୟନ୍ତ ଥିବା ମେରାଇନ୍ ଡ୍ରାଇଭ ରାସ୍ତାରେ ଏହି ସାଇକେଲ୍ ରାଲି ଅନୁଷ୍ଠିତ ହେବ। ସାଇକେଲ୍ ଚାଳନା ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଏବଂ ପରିବେଶ ଓ ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ସଚେତନତା ଉଦ୍ଦେଶ୍ୟରେ ଏହି ରାଲି ଅନୁଷ୍ଠିତ ହେଉଛି। ରୁଟ୍ସ ଅଫ୍ ଓଡିଶା ଫାଉଣ୍ଡେସନ ତରଫରୁ ଏହାକୁ ଆୟୋଜନ କରାଯାଉଛି। ଏଥିରେ ଦେଶ ବିଦେଶରୁ ଅନେକ ସାଇକେଲ ଚାଳକଙ୍କ ସହ ସାଇକ୍ଲିଂ କ୍ଲବ, କ୍ରୀଡାବିତ୍, ଚଳଚିତ୍ର ତାରକା ଓ ରାଜନେତା ଯୋଗ ଦେଉଥିବାବେଳେ, ସାଧାରଣ ଜନସାଧାରଣ ଏଥିରେ ସାମିଲ ହେବାପାଇଁ ଅନୁରୋଧ କରାଯାଇଛି।