ଖୋର୍ଦ୍ଧା ଉପକଣ୍ଠରେ ନିର୍ମାଣ ହେବ ଦ୍ୱିତୀୟ ବିମାନବନ୍ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ ଖୋର୍ଦ୍ଧା ନିକଟରେ ଚାରି ଛଅଟି ସ୍ଥାନରେ ଜମି ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧାର ମଳିପଡା, ଜଙ୍କିଆ, ଟାଙ୍ଗିଆପଡା ଓ ବଡ଼ସାହି ଅଞ୍ଚଳରେ ଜମି ଥିବା ଜିଲ୍ଲା ପ୍ରଶାସନ ବୈଠକରେ ଜଣାଇଛନ୍ତି। ଏହି ୪ଟି ଅଞ୍ଚଳ ସମ୍ପର୍କରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିମାନ ବନ୍ଦର କର୍ତ୍ତୃପକ୍ଷ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିବା ପରେ ଜାଗା […]

AWOS-Bhubaneswar-airport-750x430

AWOS-Bhubaneswar-airport-750x430

Rakesh Mallick
  • Published: Friday, 08 December 2017
  • Updated: 08 December 2017, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ ଖୋର୍ଦ୍ଧା ନିକଟରେ ଚାରି ଛଅଟି ସ୍ଥାନରେ ଜମି ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧାର ମଳିପଡା, ଜଙ୍କିଆ, ଟାଙ୍ଗିଆପଡା ଓ ବଡ଼ସାହି ଅଞ୍ଚଳରେ ଜମି ଥିବା ଜିଲ୍ଲା ପ୍ରଶାସନ ବୈଠକରେ ଜଣାଇଛନ୍ତି। ଏହି ୪ଟି ଅଞ୍ଚଳ ସମ୍ପର୍କରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିମାନ ବନ୍ଦର କର୍ତ୍ତୃପକ୍ଷ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିବା ପରେ ଜାଗା ସ୍ଥିର ହେବ।

ଦ୍ୱିତୀୟ ବିମାନ ବନ୍ଦର ପାଇଁ ରନୱେ ଓ ଏୟାରପୋର୍ଟ ସିଟି ପାଇଁ ୨ରୁ ୩୦୦୦ ଏକର ଜମି ଆବଶ୍ୟକ ରହିଛି। ତେବେ ଚିହ୍ନଟ ହୋଇଥିବା ୪ଟି ଅଞ୍ଚଳରେ ସରକାରୀ ଜମି ସହ ବେସରକାରୀ ଜମି ରହିଛି। ଆବଶ୍ୟକ ପଡିଲେ ବେସରକାରୀ ଜମି ଅଧିଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆଜି ସଚିବାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ, ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଗ୍ରୀନ୍ ଫିଲ୍ଡ ଏୟାରପୋର୍ଟ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos