ବ୍ରାହ୍ମଣୀ ରାଜନୀତି: ଦିଲ୍ଲୀରୁ ଆସିଲା ନବୀନଙ୍କ ଚିଠିର ଉତ୍ତର

ରାଉରକେଲା: ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ପାଇଁ ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ଜୁନ୍ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହେବ ବୋଲି ବ୍ରାହ୍ମଣୀ ବ୍ରିଜ୍ ସଂପର୍କିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତରରେ ଏହା ଦର୍ଶାଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। ଏହି ପ୍ରକଳ୍ପର ଗୁରୁତ୍ୱ ଦୃଷ୍ଟିରୁ ସେ ନିଜେ ଏହି ପ୍ରକଳ୍ପ ଉପରେ ନଜର ରଖିଥିବା ଗଡ଼କରୀ ଚିଠିରେ ଲେଖିଛନ୍ତି। […]

raurkela

raurkela

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 09:10 PM IST

ରାଉରକେଲା: ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ପାଇଁ ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ଜୁନ୍ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହେବ ବୋଲି ବ୍ରାହ୍ମଣୀ ବ୍ରିଜ୍ ସଂପର୍କିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତରରେ ଏହା ଦର୍ଶାଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। ଏହି ପ୍ରକଳ୍ପର ଗୁରୁତ୍ୱ ଦୃଷ୍ଟିରୁ ସେ ନିଜେ ଏହି ପ୍ରକଳ୍ପ ଉପରେ ନଜର ରଖିଥିବା ଗଡ଼କରୀ ଚିଠିରେ ଲେଖିଛନ୍ତି।

ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଏହି ପ୍ରକଳ୍ପର ଟେଣ୍ଡର ଡକା ସରିଛି ଓ ଜୁନ୍ ୧୨ ଟେଣ୍ଡର ଗ୍ରହଣର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ଗଡ଼କରୀ ଆହୁରି ଲେଖିଛନ୍ତି ଯେ ଏହି ପ୍ରସଙ୍ଗରେ ପୂର୍ବରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ ଓ ରାଉରକେଲା ବିଧାୟକ ଦିଲୀପ ରାୟ ସାକ୍ଷାତ କରିଥିଲେ। ସେମାନଙ୍କ ଅନୁରୋଧ କ୍ରମେ ପ୍ରସ୍ତାବିତ ୨ ଲେନ୍ ପୋଲ୍‌କୁ  ୬ ଲେନ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଗତ ୨୪ ତାରଖରେ ଗଡ଼କରୀଙ୍କୁ ଚିଠି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos