ମହାନଦୀ ବଞ୍ଚାଅ ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ,ସଂସଦ ପରିସରରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଦେବେ ଧାରଣା

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ। ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଉପରେ ଚାପ ପକାଇବା ଲକ୍ଷ୍ୟରେ ୫ ଦିନିଆ ଆନ୍ଦୋଳନ ଚଳାଇଛି ଆଗାମୀ ଓଡ଼ିଶା ସଂଗଠନ। ଆଜି କ୍ରାନ୍ତି ଦିବସ ଅବସରରେ ସଂଗଠନର ସଦସ୍ୟମାନେ ସଂସଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେବେ। ଏହି ଧାରଣାରେ ସାମିଲ ହେବାକୁ ଓଡ଼ିଶାର ସମସ୍ତ ସାଂସଦମାନଙ୍କୁ ସଂଗଠନ ପକ୍ଷରୁ ନିବେଦନ କରାଯାଇିଛି। ମହାନଦୀ ସୁରକ୍ଷା ସହ ନଦୀ ସଂଯୋଗୀକରଣ ଓ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପକୁ ଜୋରଦାର ବିରୋଧ କରୁଛି ଆଗାମୀ ଓଡ଼ିଶା ସଂଗଠନ।