ବିଧାନସଭା ଗୃହ ମଝିରେ ସ୍ଲୋଗାନ୍‌...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାର ଦ୍ୱିତୀୟ ଦିନରେ ମଧ୍ୟ ଗୃହ ଚାଲି ପାରିନାହିଁ। ଚାଷୀ ଓ ଚାଷର ତାତି ଗୃହରେ ଦେଖିବାକୁ ମିଳିଥିଲା। ଗୃହ ଆରମ୍ଭ ହେଲା କ୍ଷଣି କଂଗ୍ରେସ ସଦସ୍ୟମାନେ ମଧ୍ୟ ଭାଗକୁ ଆସି ହୋ-ହଲ୍ଲା କରିଥିଲେ। ବିଜେପି ସଦସ୍ୟମାନେ କୀଟନାଶକ ବୋତଲ ପ୍ରତୀକ ଧରି ନାରାବାଜି ଦେଇଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରି ଦେଇଛନ୍ତି। ସେପଟେ ଚାଷୀ ସମସ୍ୟାକୁ ନେଇ କଂଗ୍ରେସ ଦେଇଥିବା ମୁଲତବି ନୋଟିସ୍ ଅଗ୍ରାହ୍ୟ […]

assamble

assamble

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 01:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାର ଦ୍ୱିତୀୟ ଦିନରେ ମଧ୍ୟ ଗୃହ ଚାଲି ପାରିନାହିଁ। ଚାଷୀ ଓ ଚାଷର ତାତି ଗୃହରେ ଦେଖିବାକୁ ମିଳିଥିଲା। ଗୃହ ଆରମ୍ଭ ହେଲା କ୍ଷଣି କଂଗ୍ରେସ ସଦସ୍ୟମାନେ ମଧ୍ୟ ଭାଗକୁ ଆସି ହୋ-ହଲ୍ଲା କରିଥିଲେ। ବିଜେପି ସଦସ୍ୟମାନେ କୀଟନାଶକ ବୋତଲ ପ୍ରତୀକ ଧରି ନାରାବାଜି ଦେଇଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରି ଦେଇଛନ୍ତି। ସେପଟେ ଚାଷୀ ସମସ୍ୟାକୁ ନେଇ କଂଗ୍ରେସ ଦେଇଥିବା ମୁଲତବି ନୋଟିସ୍ ଅଗ୍ରାହ୍ୟ ହୋଇଯାଇଛି।

ଗତକାଲି ମଧ୍ୟ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଚାଷୀ ପ୍ରସଙ୍ଗରେ ପରସ୍ପରକୁ ଦାୟୀ କରି ଗୃହରେ ହୋ ହଲ୍ଲା କରିବାରୁ ପ୍ରଥମ ଦିନର ଗୃହକାଯର୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି-“ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ ୭୦ ପ୍ରତିଶତ ଚାଷୀ ଚାଷ କରୁଛନ୍ତି। ସେଥିପାଇଁ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବା ପାଇଁ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ପରେ ଏନେଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖାଯାଇଥିଲା। ମାତ୍ର କେନ୍ଦ୍ର ସରକାର ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି। ଯଦି ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ନଦିଆଯାଏ, ତାହା ହେଲା ଚାଷୀ କୁଳ ବଞ୍ଚି ପାରିବ ନାହିଁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ରାଜ୍ୟରେ କୃଷକଙ୍କ ଅବସ୍ଥା ସଙ୍ଗୀନ ହୋଇଯାଇଛି। ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ମାତ୍ର ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏପରିସ୍ଥଳରେ କୃଷିମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଚାଷୀ ଆତ୍ମହତ୍ୟାକୁ ନେଇ ଥଟା କରୁଛନ୍ତି। ମରୁଡ଼ି, ଚାକଡା ଓ ଅଦିନିଆବର୍ଷା କ୍ଷୟକ୍ଷତି ଠିକ୍‌ ଭାବେ କରାଯାଉନାହିଁ। ନିଜର ପ୍ରିୟାପ୍ରିତିଙ୍କୁ କ୍ଷତିପୂରଣ ଦେବା ପାଇଁ ଯୋଜନା କରାଯାଉଛି। ଏହାକୁ ଆମେ ବିରୋଧ କରୁଛୁ। ଚାଷୀଙ୍କ ପ୍ରସଙ୍ଗରେ ଆମେ ଆଲୋଚନା ପାଇଁ ଚାହିଁଥିଲୁ। ମାତ୍ର ବାଚସ୍ପତି ଗୃହକୁ ମୁଲତବୀ କରିଦେଲେ। ଏଥିରୁ ଜଣାପଡ଼ୁଛି ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କର ଦରଦ ନାହିଁ।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି-“ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ଆମେ ଗୃହରେ ଆଲୋଚନାକୁ ମୁଲତବୀ ପ୍ରସ୍ତାବ ଦେଇଥିଲୁ। ମାତ୍ର ବାଚସ୍ପତି ଏହାର କିଛି ଉତ୍ତର ଦେଲେନାହିଁ। ସେଥିପାଇଁ ଆମେ ଏହାର ପ୍ରତିବାଦ କରିଥିଲୁ। ବାଚସ୍ପତି ଆସୁଆସୁ ଗୃହକୁ ମୁଲତବୀ କରିଦେଲେ। ପରେ ବିଜେଡିର ସବୁ ବିଧାୟକ ରାଜ ଭବନକୁ ଚାଲିଲେ। ଏହା ଏକ ଲଜ୍ଜା ଜନକ କଥା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story