ଓଡ଼ିଶାରେ ଠାବ ହେଲା ବ୍ରିଟେନ୍ ଷ୍ଟ୍ରେନ୍, ୩ ସଂକ୍ରମିତ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ବ୍ରିଟେନ୍ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ ନେସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ ସୂଚନା ଦେଇଛନ୍ତି। ୧୮ଟି ରାଜ୍ୟରୁ ମୋଟ୍ ୭୭୧ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ। ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଓ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ ଭିତରୁ ଓଡ଼ିଶାରୁ ୩ଟି ଥିବା ଏସ୍.କେ ସିଂହ ସୂଚନା ଦେଇଛନ୍ତି। ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ ପଞ୍ଜାବରୁ ଚିହ୍ନଟ ହୋଇଥିବା ଉଲ୍ଲେଖ।
ଭାରତରେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ୍ ଓ ମାରାତ୍ମକ ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଠାବ ହୋଇଛି। ତେବେ ଏମାନଙ୍କ ସଂଖ୍ୟା ଅଧିକ ପରିମାଣରେ ନାହିଁ। ତେଣୁ ରାଜ୍ୟଗୁଡ଼ିକରେ ସଂକ୍ରମଣ ବ୍ୟାପିବା ପଛରେ ସିଧାସଳଖ ଏହି ଭାରିଆଣ୍ଟ ଦାୟୀ ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଆଜି ସୁଦ୍ଧା ଭାରତରେ ୧୦,୭୮୭ଟି ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୭୭୧ ଜଣଙ୍କ ଶରୀରରେ ବିଦେଶରେ ଦେଖାଯାଉଥିବା କରୋନା ଷ୍ଟ୍ରେନ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଷ୍ଟ୍ରେନ ୩୪ ଜଣଙ୍କ ଠାରୁ ମିଳିଥିବା ବେଳେ ଜଣଙ୍କ ଶରୀରରୁ ବ୍ରାଜଲର କରୋନା ଭାଇରସ ଷ୍ଟ୍ରେନ ଠାବ ହୋଇଛି। ବାକି ସମସ୍ତ ୭୩୬ ଜଣ ବ୍ରିଟେନରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି।
ବିଦେଶରୁ ଆସି କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଜେନୋମ ପରୀକ୍ଷା କରି ବୈଜ୍ଞାନିକମାନେ ଏହି ନିର୍ଯାସରେ ପହଞ୍ଚିଛନ୍ତି। ଦେଶର ୧୦ଟି ଲ୍ୟାବ୍ରେ ଏହି ଜେନୋମ ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ନୂଆ ଷ୍ଟ୍ରେନ ସମ୍ପର୍କରେ ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।