ଜଙ୍ଗଲରେ ନିଆଁ ଲଗାଉଥିଲେ, ବନ୍ଧା ହେଲେ ୩ ଜଣ

କାମାକ୍ଷାନଗର(ବିଦ୍ୟାଦର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ କଙ୍କଡାହାଡ଼ ଥାନା ମାଣ୍ଡିଆପଡା ଗାଁର ହୃଦାନନ୍ଦ ସିଂହ, ତେଲକୋଇ ଥାନା ରେକୁଟି ଗାଁର ସହଦେବ ବେହେରା ଓ ଅନିରୁଦ୍ଧ ବେହେରା ।

କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟ ନାରାୟଣ ସାହୁ  ଓ ଟିମ୍ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛନ୍ତି । ଅନ୍ୟପକ୍ଷରେ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି। ଜଙ୍ଗଲ ନିଆଁ କିପରି ନ ଲାଗିବ ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି ଓ ବିଭାଗୀୟ ଅଧିକାରୀଙ୍କ ସହ ସମନ୍ୱୟ ବୈଠକ ହୋଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଦୁଇଦିନ ପୁର୍ବରୁ ସମ୍ବଲପୁରର ବୁଢାରଜା ପାହାଡ଼ରେ ନିଆଁ ଲାଗିଥିଲା ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।