ଡମ୍ପର ପଛରେ ପିଟି ହେଲା କାର୍‌: ୩ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡ଼ିହି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳି ପାରିଛି। ସେ ହେଲେ ଗାଡ଼ି ଚାଳକ ସୁରଜ ପଟେଲ। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଭଷ୍ମା ଥାନା ତର୍ଲିପାଲି ଅଞ୍ଚଳର ଯୁବକ ସୁରଜ ପଟେଲ ଘରେ ସୁନ୍ଦରଗଡ଼ ଯାଉଛି କହି ମାରୁତି ଅଲ୍‌ଟୋ କାର୍‌ ଧରି  ବାହାରିଥିଲେ। ସୁନ୍ଦରଗଡ଼ରେ […]

car

car

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 11:40 AM IST

Sports

Latest News

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡ଼ିହି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳି ପାରିଛି। ସେ ହେଲେ ଗାଡ଼ି ଚାଳକ ସୁରଜ ପଟେଲ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଭଷ୍ମା ଥାନା ତର୍ଲିପାଲି ଅଞ୍ଚଳର ଯୁବକ ସୁରଜ ପଟେଲ ଘରେ ସୁନ୍ଦରଗଡ଼ ଯାଉଛି କହି ମାରୁତି ଅଲ୍‌ଟୋ କାର୍‌ ଧରି  ବାହାରିଥିଲେ। ସୁନ୍ଦରଗଡ଼ରେ ପହଞ୍ଚିବା ପରେ ସୁରଜ ଆଉ ୩ ଜଣ ସାଙ୍ଗକୁ ଧରି  ବଡ଼ଗାଁ ଆଡକୁ ଯାଉଥିବା ବେଳେ କରମଡିହି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପର ପଛପଟେ ସେମାନଙ୍କ କାର୍‌ ପିଟି ହୋଇଥିଲା। କାର୍‌ଟି ଏତେ ଜୋରରେ ପିଟି ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ସୁରଜ ଓ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଓ ପୋଲିସ ଅନ୍ୟ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ  ବୁର୍ଲା ମେଡିକାଲକୁ  ସ୍ଥାନାନ୍ତର କରାଯାଇଥିଲା। ତେବେ ବୁର୍ଲା ଯିବା ବାଟରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା।

ଖବର ଲେଖାଯିବା ସୁଦ୍ଧା ସୁରଜଙ୍କ ସହିତ ଯାଇଥିବା ଏହି ୩ ଯୁବକଙ୍କ ପରିଚୟ ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos