କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ସୋର(ନିରଞ୍ଜନ ବେହେରା):ଜଣେ କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଢିଁପୁର ଆଦର୍ଶ ବିଦ୍ୟାଳୟ ନିକଟରେ। ମୃତ ଛାତ୍ରୀଙ୍କ ପରିଚୟ ମିଳିନାହିଁ। ହେଲେ ତାଙ୍କ ଘର ଔପଦା ଥାନା ଅନ୍ତର୍ଗତ ମଇଁଷାଡ଼ାଳି ଗାଁର ବୋଲି ଜଣାଯାଇଛି।

ଆଜି ଛାତ୍ରୀ ଜଣଙ୍କ ସାଇକେଲରେ କଲେଜରୁ ଘରକୁ ଫେରୁଥିଲେ। ଏହି ସମୟରେ ଢିଁପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଛାତ୍ରୀଙ୍କ ସାଇକେଲ ଆଗକୁ ଏକ କୁକୁର ଆସିଯାଇଥିଲା। ଛାତ୍ରୀ ଜଣଙ୍କ କୁକୁରକୁ ଧକ୍କା ଦେଇ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ପଛରୁ ଆସୁଥିବା ଟ୍ରକ୍ ତାଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।