ବମିଖାଲ୍‌ ଫ୍ଲାଏ ଓଭର ଟ୍ରାଜେଡି: ସଂସ୍ଥାର ମୁଖ୍ୟଙ୍କ ସମେତ ତିନି ଜଣଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲ ଫ୍ଲାଏ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଆଜି ପଣ୍ଡା ଇନ୍‌ଫ୍ରାର ମୁଖ୍ୟ ପ୍ରତାପ ପଣ୍ଡାଙ୍କ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜି ସହକାରୀ ଯନ୍ତ୍ରୀ କିଶୋର ରାଉତ ଓ ସାଇଟ୍ ଇଞ୍ଜିନିୟର ବିପୁଲ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ଗିରଫ ପରେ କିଶୋର କହିଛନ୍ତି, ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା ପାଇଁ ଏହି ଦୁର୍ଘଟଣା ଘଟିଲା। ଗତକାଲି ନିର୍ମାଣକାରୀ ସଂସ୍ଥା […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲ ଫ୍ଲାଏ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଆଜି ପଣ୍ଡା ଇନ୍‌ଫ୍ରାର ମୁଖ୍ୟ ପ୍ରତାପ ପଣ୍ଡାଙ୍କ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜି ସହକାରୀ ଯନ୍ତ୍ରୀ କିଶୋର ରାଉତ ଓ ସାଇଟ୍ ଇଞ୍ଜିନିୟର ବିପୁଲ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ଗିରଫ ପରେ କିଶୋର କହିଛନ୍ତି, ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା ପାଇଁ ଏହି ଦୁର୍ଘଟଣା ଘଟିଲା।

ଗତକାଲି ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ଫ୍ରାର ମୁଖ୍ୟ ପ୍ରତାପ ପଣ୍ଡା ଓ ଦାୟିତ୍ୱରେ ଅବହେଳା ପାଇଁ ଏକ୍‌ଜିକ୍ୱ୍ୟିଟିଭ୍‌ ଇଞ୍ଜିନିୟର ବଂଶୀଧର ପ୍ରହରାଜଙ୍କୁ ପୋଲିସ ଗିରଫ କରିଥିଲା।

ଘଟଣାରେ ଠିକାଦାରୀ ସଂସ୍ଥାର ମୁଖ୍ୟ ପ୍ରତାପ ପଣ୍ଡାଙ୍କୁ ମିଶାଇ ଏପର୍ଯ୍ୟନ୍ତ ୪ ଜଣ ଗିରଫ ହୋଇଛନ୍ତି। ହେଲେ ଏବେ ବି ଫେରାର ଅଛନ୍ତି ବୋର୍ଡ ଅଫ୍ ଡିରେରର ଅନ୍ୟ ଦୁଇ ଜଣ ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡା। ସେମାନଙ୍କୁ ଗିରଫ କରିବା ପାଇଁ ପୋଲସି ବିଭିନ୍ନ ସ୍ଥାନରେ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos