ଅଟୋ ଓ ବାଇକ୍‌ ଉପରେ ମାଡ଼ିଗଲା କାର୍‌; ୩ ଚାରା ବ୍ୟବସାୟୀ ମୃତ, ୬ ଆହତ

ସୋନପୁର( ଓଡ଼ିଶା ରିପୋର୍ଟର):  ସୁବର୍ଣ୍ଣପୁର ଜିଲ୍ଲା ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଅଟୋ ଓ ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ଚାରା ବ୍ୟବସାୟୀ ବୋଲି ଜଣାଯାଇଛି। ସେମାନଙ୍କର ପରିଚୟ ମିଳି ନାହିଁ। ବଲାଙ୍ଗିର ରାଘବପାଲିରୁ ଚାରା ବ୍ୟବସାୟମାନେ ପ୍ରତିଦିନ ସୋନପୁରକୁ ଚାରା ବିକ୍ରି କରିବା ପାଇଁ ଆସିଥାନ୍ତି। ଆଜି ସକାଳେ ମଧ୍ୟ ୮ଜଣ ଚାରା […]

accident

accident

Tapaswini Nayak
  • Published: Tuesday, 12 July 2022
  • Updated: 12 July 2022, 11:47 AM IST

Sports

Latest News

ସୋନପୁର( ଓଡ଼ିଶା ରିପୋର୍ଟର):  ସୁବର୍ଣ୍ଣପୁର ଜିଲ୍ଲା ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଅଟୋ ଓ ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ଚାରା ବ୍ୟବସାୟୀ ବୋଲି ଜଣାଯାଇଛି। ସେମାନଙ୍କର ପରିଚୟ ମିଳି ନାହିଁ।

ବଲାଙ୍ଗିର ରାଘବପାଲିରୁ ଚାରା ବ୍ୟବସାୟମାନେ ପ୍ରତିଦିନ ସୋନପୁରକୁ ଚାରା ବିକ୍ରି କରିବା ପାଇଁ ଆସିଥାନ୍ତି। ଆଜି ସକାଳେ ମଧ୍ୟ ୮ଜଣ ଚାରା ବ୍ୟବସାୟୀ ଏକ ଅଟୋରେ ଚାରା ବିକ୍ରି କରିବା ପାଇଁ ଆସିଥିଲେ। ବଡ଼ବାହାଲି ଛକରେ ଅଟୋ ରଖି ଏକ ବାଇକ୍ ଆରୋହୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ସୋନପୁରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍ ଦ୍ରୁତଗତିରେ ଆସି  ପ୍ରଥମେ ଅଟୋକୁ ଧକ୍କା ଦେଇଥିଲା। ପରେ ଅଟୋପାଖରେ ଠିଆ ହୋଇଥିବା ବାଇକ୍‌କୁ ଧକ୍କା ଦେଇଥିଲା।

ଅଟୋରେ ଥିବା ୮ଜଣ  ଚାରା ବ୍ୟବସାୟୀଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ୫ ଜଣ ଗୁରୁତର ହୋଇଥିଲେ। ସେହିପରି ଜଣେ ବାଇକ୍‌ ଆରୋହୀ ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।  କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି। ଫଳରେ ବଲାଙ୍ଗିର-ସୋନପୁରକୁ  ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହାସହ  ଦୁର୍ଘଟଣା ଘଟାଇଥିବା କାର୍‌ରେ ଇନ୍ସପେ଼କ୍ଟର ଥିବାରୁ ତାଙ୍କୁ ଗିରଫ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ।

ଘଟଣାସ୍ଥଳରେ ସୋନପୁର ଏସ୍‌ପି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍‌ରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଥିଲେ ବୋଲି ସୋନପୁର SDPO ସୂଚନା ଦେଇଛନ୍ତି। ସେ ସୁନ୍ଦରଗଡ଼ ଜିଲ୍ଲାରେ କାମ କରୁଛନ୍ତି। ତେବେ ସ୍ନିଗ୍ଧାରାଣୀ ପୁରୀରେ ରଥ ଡ୍ୟୁଟି ସାରି କାର୍ ଯୋଗେ ବଲାଙ୍ଗିର ସ୍ଥିତ ଘରକୁ ଫେରୁଥିଲେ। ତେବେ ତାଙ୍କର ଅବସ୍ଥା କିପରି ରହିଛି ଯୋଗାଯୋଗ ହୋଇପାରି ନଥିବା ଏସଡିପିଓ କହିଛନ୍ତି। ସେହିପରି ଦୁର୍ଘଟଣା ପରଠାରୁ ସ୍ନିଗ୍ଧାରାଣୀଙ୍କ ମୋବାଇଲ ସ୍ୱିଚ୍‌ ଅଫ ଥିବା ଜଣାପଡ଼ିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos