ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଶ୍ରମିକ ଗୁରୁତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ। ଆହତ ଶ୍ରମିକମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ୩ ଜଣ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ଆଜି ସକାଳେ ଭୂତିଆରବାହାଲ ଗାଁରେ ଥିବା ଏକ କ୍ରସରରେ ଶ୍ରମିକମାନେ କାମ କରୁଥିଲେ।  […]

Blast

Blast

Tapaswini Nayak
  • Published: Tuesday, 05 July 2022
  • Updated: 05 July 2022, 01:46 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ। ଆହତ ଶ୍ରମିକମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ୩ ଜଣ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି।

ଆଜି ସକାଳେ ଭୂତିଆରବାହାଲ ଗାଁରେ ଥିବା ଏକ କ୍ରସରରେ ଶ୍ରମିକମାନେ କାମ କରୁଥିଲେ।  ସେଠାରେ ଥିବା କମ୍ପ୍ରେସର ମେସିନ୍‌ରେ ଏହି ୩ଜଣ ଶ୍ରମିକ ନାଇଟ୍ରୋଜେନ୍ ଗ୍ୟାସ ଭର୍ତ୍ତି କରୁଥିଲେ। ହଠାତ୍ ନାଇଟ୍ରୋଜେନ୍ ସିଲିଣ୍ଡରଟି ବ୍ଲାଷ୍ଟ ହୋଇଥିଲା। ଏଥିରେ ୩ ଜଣ ଶ୍ରମିକ ପୋଡ଼ି ଯାଇଥିଲେ।

ଏହି କ୍ରସରରେ ଆହୁରି ଅନେକ ଶ୍ରମିକ କାମ କରୁଥିଲେ। ହେଲେ ସେମାନଙ୍କର କିଛି ହୋଇନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos