ଡକାୟତ ଗ୍ୟାଙ୍ଗର ୩ ଗିରଫ: ୪ ବନ୍ଧୁକ ଓ ୮୦ ଗୁଳି ଜବତ

ଯାଜପୁର: ଯାଜପୁରର ସ୍ୱତନ୍ତ୍ର ପୋଲିସ ସ୍ୱାଡ୍ ଏକ ଡକାୟତ ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ସହ ୮୦ରୁ ଅଧିକ ଅଫୁଟା ଗୁଳି ଓ କାର୍‌ ଜବତ କରାଯାଇଛି। ଗିରଫ ଯୁବକମାନେ ବ୍ୟାଙ୍କ ଡକାୟତି ପାଇଁ ଆସିଥିବା ପୋଲିସ୍‌ କରୁଛି। ପୋଲିସ୍‌ ସେମାନଙ୍କୁ ଅଜଣାସ୍ଥାନରେ ରଖି ପଚରାଉଚରା କରୁଛି।