ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର,ଟଳି ପଡ଼ିଲେ ୨ ମହିଳା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଭରସୁଜା ପଞ୍ଚାୟତ ଗଣପାଲ୍ଲୀ ଗାଁରେ ବିଦ୍ୟୁତ ତାର ଛିଡ଼ି ପଡ଼ିବାରୁ ୨ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଦୁଇ ମହିଳା ହେଲେ ରେବତୀ ସାହୁ ଓ ଦେଇମତି ସାହୁ। ବିଲରେ କାମ କରୁଥିବା ବେଳେ ସେମାନଙ୍କ ଉପରେ ୧୧ କେଭି ତାର ଛିଡ଼ି ପଡିଥିଲା। ସକାଳେ ଧାନ ରୋଇବାକୁ ଏହି ମହିଳାମାନେ ଯାଇଥିଲେ। କାମ ଚାଲିଥିବା ବେଳେ […]

bolagir.

bolagir.

Rakesh Mallick
  • Published: Monday, 24 July 2017
  • Updated: 24 July 2017, 11:00 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଭରସୁଜା ପଞ୍ଚାୟତ ଗଣପାଲ୍ଲୀ ଗାଁରେ ବିଦ୍ୟୁତ ତାର ଛିଡ଼ି ପଡ଼ିବାରୁ ୨ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଦୁଇ ମହିଳା ହେଲେ ରେବତୀ ସାହୁ ଓ ଦେଇମତି ସାହୁ।

ବିଲରେ କାମ କରୁଥିବା ବେଳେ ସେମାନଙ୍କ ଉପରେ ୧୧ କେଭି ତାର ଛିଡ଼ି ପଡିଥିଲା।

ସକାଳେ ଧାନ ରୋଇବାକୁ ଏହି ମହିଳାମାନେ ଯାଇଥିଲେ। କାମ ଚାଲିଥିବା ବେଳେ ହଠାତ୍ ଚାଷ ଜମି କଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ସେମାନଙ୍କ ଉପରେ ତାର ପଡ଼ିଥିଲା ।

ଜିଲ୍ଲାପାଳ ଆଶିଷ ଠାକରେ ବିଦ୍ୟୁତ୍ ବିଭାଗକୁ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos