ଧାମରା ପୋର୍ଟରେ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ୩୧ ଗିରଫ

ଭଦ୍ରକ: ଧାମରା ପୋର୍ଟରେ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ୩୧ ଜଣ ଗିରଫ। ବାଁଶଡ଼ା ପୋଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ୩୧ଜଣ ଦୋସିଙ୍ଗା ଓ କଇଥକୋଳା ପଞ୍ଚାୟତର ବୋଲି ଜଣାପଡ଼ିଛି। ଗତ ୧୫ ତାରିଖରେ ଧାମରା ବନ୍ଦର କୋଇଲା ଷ୍ଟକ ୟାର୍ଡରେ କୋଇଲା ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସେଠାରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଶ୍ରମିକମାନେ ପୋର୍ଟରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଥିଲେ। ଉତ୍ତ୍ୟକ୍ତ ଶ୍ରମିକ ଅଗ୍ନିଶମ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିବାକୁ ଆସିଥିବା ପୋର୍ଟ ସିଇଓ ସୁବ୍ରତ ତ୍ରିପାଠୀ ଏବଂ ସୁରକ୍ଷା ଅଫିସର ରାଜୀବ ଘୋଷଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।