ବେହେରା ସାହିରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମ୍‌ସି

କଟକ (ଓଡ଼ିଶା ରିପୋର୍ଟର): ମାଲଗୋଦାମ ବେହେରାସାହି କଟକ ମହାନଗର ନିମଗ(ସିଏମ୍‌ସି)ର ଚିନ୍ତା ବଢ଼ାଇଛି। ଗତକାଲି ପରି ଆଜି ବେହେରା ସାହିରୁ ଆଉ ୩୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସିଏମ୍‌ସି ଟ୍ୱିଟ୍‌ କରିଛି। #COVID19 update in Cuttack city (CMC area) Out of the 124 new COVID-19 +ve cases reported today in #Cuttack district, 81+ve cases belong to Cuttack city (CMC area). Another 22 recoveries […]

corona-34

corona-34

Tapaswini Nayak
  • Published: Friday, 07 August 2020
  • Updated: 07 August 2020, 05:38 PM IST

କଟକ (ଓଡ଼ିଶା ରିପୋର୍ଟର): ମାଲଗୋଦାମ ବେହେରାସାହି କଟକ ମହାନଗର ନିମଗ(ସିଏମ୍‌ସି)ର ଚିନ୍ତା ବଢ଼ାଇଛି। ଗତକାଲି ପରି ଆଜି ବେହେରା ସାହିରୁ ଆଉ ୩୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସିଏମ୍‌ସି ଟ୍ୱିଟ୍‌ କରିଛି।

https://twitter.com/CMCCuttack/status/1291700232548495360?s=20

ଆଜି ସିଏମ୍‌ସି ଅଞ୍ଚଳରୁ ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୮ ଜଣ କେବଳ ବେହେରା ସାହିରୁ। ସେମାନଙ୍କ ମଧ୍ୟରେ ୧୬ ପୁରୁଷ ଓ ୨୨ ମହିଳା ଅଛନ୍ତି। ସେହିପରି ଯୋବ୍ରା ପାରେଶ୍ୱର ସାହିରୁ ୧୬, ରାଣୀହାଟରୁ ୬, ଭାଣପୁରରୁ ୩,  ଚାଉଳିଆଗଞ୍ଜରୁ ୩ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରୁ ୧୪୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୯୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୬୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos