ରାସ୍ତାରେ ଯାଉଥିଲେ ବ୍ୟକ୍ତି, ଗୋଡ଼ାଇ, ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦିନ ଦିପହରରେ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ ।  ଏପରି ଘଟଣା କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ ଘଟିଥିବା ବେଳେ ଦୁର୍ବୃତ୍ତ ଫେରାର  ହୋଇଯାଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଭୀମ ଭୋରା । ଆକ୍ରମଣର ଭିଡିଓ ଭାଇରାଲ ହୋଇଥିବା ବେଳେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭାଇରାଲ ଭିଡିଓରେ ଦେଖାଯାଉଛି, ୪ ଜଣ ଦୁର୍ବୃତ୍ତ ରାସ୍ତାରେ ଭୀମ ଭୋରାଙ୍କୁ ଗୋଡେଇ […]

attack

Niharika Rout
  • Published: Sunday, 12 September 2021
  • , Updated: 12 September 2021, 10:31 AM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦିନ ଦିପହରରେ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ ।  ଏପରି ଘଟଣା କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ ଘଟିଥିବା ବେଳେ ଦୁର୍ବୃତ୍ତ ଫେରାର  ହୋଇଯାଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଭୀମ ଭୋରା ।

ଆକ୍ରମଣର ଭିଡିଓ ଭାଇରାଲ ହୋଇଥିବା ବେଳେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭାଇରାଲ ଭିଡିଓରେ ଦେଖାଯାଉଛି, ୪ ଜଣ ଦୁର୍ବୃତ୍ତ ରାସ୍ତାରେ ଭୀମ ଭୋରାଙ୍କୁ ଗୋଡେଇ ଗୋଡେଇ ଠେଙ୍ଗାରେ ପିଟିବା ସହ ମାରଣସ୍ତ୍ରରେ ଆକ୍ରମଣ କରିଥିଲେ। ଭୀମଙ୍କ ବେକ, ପିଠି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସମ୍ପୃକ ବ୍ୟକ୍ତିଙ୍କୁ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଭୀମ ଜଣେ ଅଣଓଡ଼ିଆ ବ୍ୟକ୍ତି। ସେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରନ୍ତି।  ଗତକାଲି ସନ୍ଧ୍ୟା ପ୍ରାୟ ୫ ଟା ବେଳେ ୪ ଜଣ ଦୁର୍ବୃତ୍ତ ମହିପାଳ ଛକରେ ପହଂଚି ଭୀମଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ।   ପୁଲିସ୍‌  ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଆକ୍ରମଣକାରୀଙ୍କ ପତ୍ତା ପାଇପାରିନି।

Related story