ପ୍ରେତାତ୍ମା କଥାକୁ ବିଶ୍ୱାସ କରି ଗୁଣି ଗାରେଡ଼ି ସନ୍ଦେହରେ ୪ ଜଣଙ୍କୁ ନିର୍ଧୂମ ଛେଚିଲେ

ଆସିକା(ମନୋଜ ମୁନି): ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ତାର ଚିନ୍ତାଧାରା ବଦଳୁ ନାହିଁ। ଏହି ବିଜ୍ଞାନ ଯୁଗରେ ମଣିଷ ଭୂତ ଓ ପ୍ରେତ କଥାକୁ ବିଶ୍ୱାସ କରୁଛି। କେତେବେଳେ ମଣିଷ ଏହି ଅନ୍ଧବିଶ୍ୱାସକୁ ସତ  ଭାବି କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ନିର୍ଧୂମ ମାଡ଼ ମାରିବାକୁ ପଛାଉ ନାହିଁ। ଏପରି ସମାନ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପ୍ରେତାତ୍ମା କଥାକୁ ବିଶ୍ୱାସ କରି ୪ ଜଣ ବ୍ୟକ୍ତିଙ୍କୁ ଗୁଣି […]

asika

asika

Tapaswini Nayak
  • Published: Thursday, 27 October 2022
  • Updated: 27 October 2022, 01:40 PM IST

Sports

Latest News

ଆସିକା(ମନୋଜ ମୁନି): ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ତାର ଚିନ୍ତାଧାରା ବଦଳୁ ନାହିଁ। ଏହି ବିଜ୍ଞାନ ଯୁଗରେ ମଣିଷ ଭୂତ ଓ ପ୍ରେତ କଥାକୁ ବିଶ୍ୱାସ କରୁଛି। କେତେବେଳେ ମଣିଷ ଏହି ଅନ୍ଧବିଶ୍ୱାସକୁ ସତ  ଭାବି କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ନିର୍ଧୂମ ମାଡ଼ ମାରିବାକୁ ପଛାଉ ନାହିଁ। ଏପରି ସମାନ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପ୍ରେତାତ୍ମା କଥାକୁ ବିଶ୍ୱାସ କରି ୪ ଜଣ ବ୍ୟକ୍ତିଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ନିର୍ଧୂମ ପିଟିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗାଁରେ। ୪ ଜଣ ଆହତଙ୍କୁ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ଲୋକଙ୍କୁ ପ୍ରେତାତ୍ମା ଲାଗିଥିଲା। ଗାଁର ୪ ଜଣ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ପ୍ରେତାତ୍ମା ଲାଗିଥିବା ଲୋକଟି ଗ୍ରାମବାସୀଙ୍କୁ କହିଥିଲା। ଏପରିକି ସେମାନଙ୍କ ନାଁ ମଧ୍ୟ କହିଥିଲା। ଗ୍ରାମବାସୀ ମଧ୍ୟ ପ୍ରେତାତ୍ମା କଥାକୁ ବିଶ୍ୱାସ କରିଥିଲେ। ଯେଉଁ ୪ ଜଣଙ୍କ ନାଁ ପ୍ରେତାତ୍ମା ଲାଗିଥିବା ଲୋକଟି କହିଥିଲା, ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ଉଠାଇ ଆଣି ଗ୍ରାମବାସୀ ନିର୍ଧୂମ ମାଡ଼ ମାରିଥିଲେ। କବିସୂର୍ଯ୍ୟନଗର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos