ରାଜନୈତିକ ହିଂସାକାଣ୍ଡ, ସରପଞ୍ଚଙ୍କ ସମେତ ୪ ଆହତ

ନିଆଳି(ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ବ୍ଲକ୍ ଏକବେରୁଆଁ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସ୍ଥାନୀୟ ସରପଞ୍ଚଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ ଓ ଅପର ପକ୍ଷର ବିଶ୍ୱନାଥ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସରପଞ୍ଚଙ୍କ ଗୋଷ୍ଠୀର କିଛି ଲୋକ ଏକବେରୁଆଁ ପଞ୍ଚାୟତର […]

attack

attack

Tapaswini Nayak
  • Published: Thursday, 28 April 2022
  • Updated: 28 April 2022, 12:17 PM IST

Sports

Latest News

ନିଆଳି(ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ବ୍ଲକ୍ ଏକବେରୁଆଁ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସ୍ଥାନୀୟ ସରପଞ୍ଚଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ ଓ ଅପର ପକ୍ଷର ବିଶ୍ୱନାଥ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ସରପଞ୍ଚଙ୍କ ଗୋଷ୍ଠୀର କିଛି ଲୋକ ଏକବେରୁଆଁ ପଞ୍ଚାୟତର ଏକ ସ୍ଥାନରେ ଭୋଜି କରୁଥିଲେ। ସରପଞ୍ଚ ମଧ୍ୟ ଭୋଜିରେ ସାମିଲ ହୋଇଥିଲେ।  ତାର ଅଳ୍ପ ଦୂରରେ ଅନ୍ୟ ଗୋଷ୍ଠୀର ଲୋକମାନେ ଭୋଜି କରୁଥିଲେ। କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଉଭୟ ଗୋଷ୍ଠୀର  ଆକ୍ରମଣରେ ସରପଞ୍ଚ, ତାଙ୍କ ବାପା ଓ ସହଯୋଗୀ ଆହତ ହୋଇଥିଲେ। ଅନ୍ୟ ଗୋଷ୍ଠୀରେ ବିଶ୍ୱନାଥ ଆହତ ହୋଇଥିଲେ।

ପଞ୍ଚାୟତ ନିର୍ବାଚନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ତାହା ଉଗ୍ରରୂପ ଧାରଣ କରିଥିଲା। ନିଆଳି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos