ଆଇନଜୀବୀଙ୍କୁ କରୋନା;୪ଟି ୱାର୍ଡ କଣ୍ଟେନମେଣ୍ଟ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ୩ ଜଣ ଆଇନଜୀବୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସହରର ୪ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଓ ତାହାର ଆଖ ପାଖ ଅଞ୍ଚଳକୁ ଵୋଫର ଜୋନ ଘୋଷଣା କରାଯାଇଛି। ସେହି ୱାର୍ଡଗୁଡ଼ିକ ହେଲା ୨,୫,୧୦ ଓ ୧୧ ନମ୍ବର ୱାର୍ଡ।

ସବୁ ୱାର୍ଡର ମୁଖ୍ୟ ରାସ୍ତାରେ ବାଉଁଶ ବନ୍ଧାଯାଇ ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ଯେମିତି ବାହାର ଲୋକ ଭିତରକୁ ନ ଆସିବେ ଓ ଭିତର ଲୋକ ବାହାରକୁ ନ ଆସିବେ ସେଥିପାଇଁ ସବୁ ୱାର୍ଡରେ ମଧ୍ୟ ପୁଲିସ୍‌ ମୁତୟନ ହୋଇଛନ୍ତି। ଏହାସହ ଘରୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଇଛି। କିଛି ଜରୁରୀ କାମ ପଡ଼ିଲେ ପ୍ରଶାସନ ଦେଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।