ସାକାର ହେଲା ସ୍ୱପ୍ନ; ଆକାଶରେ ଉଡ଼ିଲେ ଦିବ୍ୟାଙ୍ଗ ପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାକାର ହେଲା ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ। ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଆକାଶରେ ଉଡ଼ିଛନ୍ତି ରାଜ୍ୟର ୪୩ ଜଣ ଦିବ୍ୟାଙ୍ଗ ପିଲା । ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରାୟ ୪୦ ମିନିଟ୍ ଯାଏ ଆକାଶରେ ଉଡ଼ିଛନ୍ତି ପିଲାମାନେ। ଏଭଳି ନିଆରା ଓ ଅଭୁତପୂର୍ବ ଅଭିଜ୍ଞତା ସାଉଁଟିବା ପରେ ପିଲାମାନେ ବେଶ ଖୁସି ଅଛନ୍ତି। ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ ସାକାର କରିଛି ସ୍ୱାଭିମାନ ଅନୁଷ୍ଠାନ। ଏଥିପାଇଁ ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା […]

bbsr0

bbsr0

Tapaswini Nayak
  • Published: Wednesday, 22 January 2020
  • Updated: 22 January 2020, 02:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାକାର ହେଲା ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ। ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଆକାଶରେ ଉଡ଼ିଛନ୍ତି ରାଜ୍ୟର ୪୩ ଜଣ ଦିବ୍ୟାଙ୍ଗ ପିଲା । ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରାୟ ୪୦ ମିନିଟ୍ ଯାଏ ଆକାଶରେ ଉଡ଼ିଛନ୍ତି ପିଲାମାନେ। ଏଭଳି ନିଆରା ଓ ଅଭୁତପୂର୍ବ ଅଭିଜ୍ଞତା ସାଉଁଟିବା ପରେ ପିଲାମାନେ ବେଶ ଖୁସି ଅଛନ୍ତି।

ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ ସାକାର କରିଛି ସ୍ୱାଭିମାନ ଅନୁଷ୍ଠାନ। ଏଥିପାଇଁ ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା।
ବିଶେଷ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ସ୍ୱାଭିମାନ ଅନୁଷ୍ଠାନ ଅଧ୍ୟକ୍ଷା ଶ୍ରୁତି ମହାପାତ୍ର।

ଦିବ୍ୟାଙ୍ଗ ପିଲାମାନେ ଆକାଶରେ ପ୍ରଥମ ଥର ଉଡ଼ି ଖୁବ୍‌ ଖୁସି  ଖୁବ୍‌  କହିଛନ୍ତି। ସେମାନେ ପ୍ରଥମେ ପ୍ରଥମେ ଉଡ଼ିବା ବେଳେ ଓ ଲ୍ୟାଣ୍ଡ କଲା ବେଳକୁ ଟିକେ ଡର ଲାଗିଲା। ହେଲେ ବହୁତ ମଜା ଲାଗିଲା ବୋଲି କହିଛନ୍ତି ।  ପିଲାଙ୍କୁ ବିମାନ କର୍ମଚାରୀମାନେ ଚକୋଲେଟ ଓ ଟିଫିନ ମଧ୍ୟ ଦେଇଥିଲେ।

ସ୍ୱାଭିମାନ ଅନୁଷ୍ଠାନ ଅଧ୍ୟକ୍ଷା ଶ୍ରୁତି ମହାପାତ୍ର। କହିଛନ୍ତି, ୪୦ ମିନିଟ୍‌ ଆକାଶରେ ରହିଲୁ। କର୍ମଚାରୀମାନେ ପିଲାଙ୍କୁ ବିଭିନ୍ନ ବିଷୟରେ ବୁଝାଇଲେ। ପିଲାମାନେ ଖୁବ୍‌ ମଜା କଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos