୫ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

THERMOMETRE_temperature_increaseଭୁବନେଶ୍ୱର: ଫେବୃୟାରୀ ୧ ତାରିଖ। ହେଲେ ରାଜଧାନୀରେ ଅସହ୍ୟ ଗରମ। ଏବେ ବି ଶୀତ ଅନୁଭୂତ ହେବା କଥା। ହେଲା ଫ୍ୟାନ୍ ନ ଚଲାଇଲେ ରାତିରେ ଶୋଇ ହେଉନାହିଁ। ଗତକାଲି ରାଜ୍ୟର ତାପମାତ୍ରା ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି। ଗତକାଲି ରାଜଧାନୀ ଭୁବନେଶ୍ୱର ଓ ଭବନାପାଟଣାର ତାପମାତ୍ରା ୩୫.୫ ଡିଗ୍ରୀ ସେଲସିୟସରେ ପହଞ୍ଚି ଯାଇଥିଲା। କେବଳ ଏହି ଦୁଇଟି ସ୍ଥାନ ନୁହେଁ ଅନୁଗୋଳ ଓ ଟିଟଲାଗଡର ତାପମାତ୍ରା ବି ସ୍ୱାଭାବିକଠାରୁ ୫ରୁ ୬ ଡିଗ୍ରୀ ଅଧିକ ରହିଛି।

ଏଲ ନିନୋ ପ୍ରଭାବରେ ବାୟୁ ପ୍ରବାହ ପଶ୍ଚିମରୁ ପୂର୍ବକୁ ରହୁଥିବାରୁ ତାପମାତ୍ରା ବଢୁଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତଚନ୍ଦ୍ର ସାହୁ। ସେ ଆହୁରି କହିଛନ୍ତି, ଆସନ୍ତା ୪ ତାରିଖରୁ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ଏହା ସ୍ୱାଭାବିକଠାରୁ ଏକରୁ ଦୁଇ ଡିଗ୍ରୀ ଅଧିକ ରହିପାରେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଗତ ୫ ବର୍ଷରେ ଆଜିର ଦିନରେ ତାପମାତ୍ରା କେବେ ଏତେ ହୋଇ ନ ଥିଲା ରାଜ୍ୟରେ। ୨୦୧୧ରେ ଏହି ଦିନରେ ତାପମାତ୍ରା ୩୦.୩ ଡିଗ୍ରୀ ଥିଲା। ୨୦୧୨ରେ ୨୮.୭ ଥିବା ବେଳେ ୨୦୧୩ରେ ୩୦, ୨୦୧୪ରେ ୨୯.୪ ଓ ୨୦୧୫ରେ ୨୭.୪ ସେଲସିୟସ ଥିଲା।