ଅଗ୍ନିକାଣ୍ଡରେ ୫ ବଖରା ଘର ଭସ୍ମୀଭୂତ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗରେ ଅଗ୍ନିକାଣ୍ଡ  ଯୋଗୁଁ ୫ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ସକାଳ ୮ଟା ବେଳେ ନୁଆଁମହୁଲୀ ଗାଁର କୁଶ ନାୟକ, ଆର୍ତବନ୍ଧୁ ନାୟକ ଓ ନବକିଶୋର ନାୟକଙ୍କ ଘରେ ନିଆଁ ଲାଗିଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।