କୋଲକାତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୫ ଓଡ଼ିଆ ମୃତ

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): କୋଲକାତାର ଧୂଲାଗଡ଼ ନିକଟରେ ଏକ ଟ୍ରକ୍‌ରେ ଏକ କାର୍ ପିଟି ହେବାରୁ ୫ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଦିଗ୍‌ବିଜୟ ଦାସ ଓ ମନୋଜ ମହାନ୍ତି। ସେମାନଙ୍କ ଘର ଭଦ୍ରକ ଅଞ୍ଚଳରେ। ଅନ୍ୟ ତିନିଜଣଙ୍କ ପରିଚୟ ମିଳିନାହିଁ। ତେବେ ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକର କୁଆଁସ ଅଞ୍ଚଳର ବୋଲି କୁହାଯାଉଛି। ଆହତମାନଙ୍କୁ […]

accident,,,,,,,,,,,,,

accident,,,,,,,,,,,,,

Tapaswini Nayak
  • Published: Wednesday, 17 July 2019
  • Updated: 17 July 2019, 01:18 PM IST

Sports

Latest News

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): କୋଲକାତାର ଧୂଲାଗଡ଼ ନିକଟରେ ଏକ ଟ୍ରକ୍‌ରେ ଏକ କାର୍ ପିଟି ହେବାରୁ ୫ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଦିଗ୍‌ବିଜୟ ଦାସ ଓ ମନୋଜ ମହାନ୍ତି। ସେମାନଙ୍କ ଘର ଭଦ୍ରକ ଅଞ୍ଚଳରେ। ଅନ୍ୟ ତିନିଜଣଙ୍କ ପରିଚୟ ମିଳିନାହିଁ। ତେବେ ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକର କୁଆଁସ ଅଞ୍ଚଳର ବୋଲି କୁହାଯାଉଛି। ଆହତମାନଙ୍କୁ ସେଠାରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଆଠ ଜଣ ସାଙ୍ଗ ଏକ ଇନୋଭା ଗାଡ଼ିରେ ହାୱଡ଼ା ଅଞ୍ଚଳକୁ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଭୋଜି ଖାଇ ଫେରିବା ବେଳେ ଧୂଲାଗଡ଼ ନିକଟରେ ସେମାନଙ୍କ ଗାଡ଼ି ଏକ୍‌ ଟ୍ରକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos