‘ଭାରତମାଳା’ ଯୋଜନାରେ ଓଡ଼ିଶାରେ ହେବ ୫ ପ୍ରକଳ୍ପ

ଭୁବନେଶ୍ୱର: ଭାରତମାଳା ଯୋଜନାରେ ଓଡ଼ିଶାକୁ ମିଳିଛି ପାଞ୍ଚଟି ପ୍ରକଳ୍ପ। ଏହି ଯୋଜନାରେ ଭୁବନେଶ୍ୱର ଓ  ସମ୍ବଲପୁରରେ ହେବ ରିଂ ରୋଡ୍।  ଦୁଇଟି ଇକୋନୋମିକ୍ କରିଡର୍ ମଧ୍ୟ ଓଡ଼ିଶା ଭାଗରେ ପଡ଼ିଛି। ସମ୍ବଲପୁର-ରାଞ୍ଚି ଓ ସମ୍ବଲପୁର-ପାରାଦୀପ ଇକୋନୋମିକ କରିଡର ହେବ। ଏହାସହ ଜଗତସିଂହପୁରରେ ହେବ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ।

କେନ୍ଦ୍ର ସରକାରଙ୍କ  ରାସ୍ତା ବିସ୍ତାର ଯୋଜନା ହେଉଛି ଭାରତମାଳା। ଏଥିରେ ଦେଶର ୨୮ଟି ସହରକୁ ଅନ୍ତର୍ଭୁକ୍ତ କରାଯାଇଛି।  ୪୪ଟି ଇକୋନୋମିକ କରିଡର ମଧ୍ୟ ନିର୍ମାଣ ହେବ ଭାରତମାଳା। ଯୋଜନା ଅନ୍ତର୍ଗତ ୭ ଲକ୍ଷ କୋଟି ଟଙ୍କା ବ୍ୟୟରେ ସାରା ଦେଶରେ ୮୪ ହଜାର କିଲୋମିଟର ରାଜପଥ ନିର୍ମାଣ କରାଯିବ।