୫ରୁ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ସ୍କୁଲ ଶିକ୍ଷକ

ଭୁବନେଶ୍ୱର: ଆସନ୍ତା ୫ ତାରିଖରୁ ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ଅନିର୍ଦ୍ଦିଷ୍ଟକାଳ ପାଇଁ ବିଧାନସଭା ସମ୍ମୁଖରେ  ଧାରଣାରେ ବସିବେ।  ଗଠନ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟି ଏଯାଏଁ କୌଣସି ଆଖିଦୃଶିଆ ନିଷ୍ପତ୍ତି  ନେଇ ନଥିବା  ସଂଘ ଅଭିଯୋଗ କରିଛି। ୨୬୦୮ ଅନୁଦାନପ୍ରାପ୍ତ ଓ ୧୬୭ଟି ହାଇସ୍କୁଲ ଅନୁଦାନରୁ ବଞ୍ଚିତ ରହିଛି। ପୂର୍ଣ୍ଣ ଅନୁଦାନ ପରିବର୍ତ୍ତେ ସରକାରୀ ଶିକ୍ଷକ ପାଉଥିବା ଭତ୍ତାର ୨୦ ପ୍ରତିଶତ ଅଧିକ ଭତ୍ତା ଦିଆଯିବା ନିଷ୍ପତ୍ତିକୁ ସଂଘ ବିରୋଧ କରିଛି। ଓଡ଼ିଶା ଗସ୍ତରେ ଆସିବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୬ ତାରିଖରେ ଭେଟି ଏ ସମ୍ପର୍କରେ ଅବଗତ କରାଇବ ବୋଲି ସଂଘ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ହାଇସ୍କୁଲ ପରୀକ୍ଷା ଖାତା ମୂଲାୟନକୁ ମଧ୍ୟ ସଂଘ ବର୍ଜନ କରିବ ବୋଲି କହିଛି।