ଫାଇଭ୍-ଟି ଇଫେକ୍ଟ: ମାସର ଶେଷଦିନରେ ମିଳିବ ଦରମା ଓ ପେନସନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଫାଇଭ୍-ଟି’ କାର୍ଯ୍ୟକ୍ରମକୁ ଅନୁପାଳନ କରି ରାଜ୍ୟ ଅର୍ଥ ବିଭାଗ ଏବେ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସର ଶେଷଦିନ ହିଁ ଦରମା ଓ ପେନସନ ଦେବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ନିୟମିତ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଏହି ସୁବିଧା ମିଳିବ। ଯଦି ମାସର ଶେଷଦିନ ବ୍ୟାଙ୍କ ଛୁଟି ଥାଏ ତା’ହେଲେ ଦିନେ ଅବା ଦୁଇଦିନ ପୂର୍ବରୁ ଏହି ଦରମା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ। ଏଥିପାଇଁ କର୍ମଚାରୀମାନଙ୍କର […]

6590-750x430

6590-750x430

Tapas Behera
  • Published: Tuesday, 24 September 2019
  • Updated: 24 September 2019, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଫାଇଭ୍-ଟି’ କାର୍ଯ୍ୟକ୍ରମକୁ ଅନୁପାଳନ କରି ରାଜ୍ୟ ଅର୍ଥ ବିଭାଗ ଏବେ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସର ଶେଷଦିନ ହିଁ ଦରମା ଓ ପେନସନ ଦେବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ନିୟମିତ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଏହି ସୁବିଧା ମିଳିବ। ଯଦି ମାସର ଶେଷଦିନ ବ୍ୟାଙ୍କ ଛୁଟି ଥାଏ ତା’ହେଲେ ଦିନେ ଅବା ଦୁଇଦିନ ପୂର୍ବରୁ ଏହି ଦରମା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ। ଏଥିପାଇଁ କର୍ମଚାରୀମାନଙ୍କର ଅଫିସରେ ଉପସ୍ଥାନକୁ ପ୍ରତିମାସର ୧୫ରୁ ୧୪ତାରିଖ ପର୍ଯ୍ୟନ୍ତ ହିସାବକୁ ନିଆଯାଇ ଏହି ଦରମା ବିଲ୍ ପ୍ରସ୍ତୁତ ହେବ। ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ସ୍ପେଶାଲ ଟ୍ରେଜେରୀ-୧ରୁ ଦରମା ନେଉଥିବା ସମସ୍ତ କର୍ମଚାରୀଙ୍କୁ ଚଳିତମାସ ୩୦ତାରିଖରୁ ଏହି ସୁବିଧା ମିଳିବ।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, କର୍ମଚାରୀଙ୍କ ଦରମା ବିଲ୍ ପ୍ରସ୍ତୁତରେ ‘ଫାଇଭ-ଟି’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ସମୟ ଅପଚୟ ଓ ମାନବ ସମ୍ବଳ ବିନିଯୋଗକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଉଛି। ଏବେ ଦରମା ବିଲ୍ ପ୍ରସ୍ତୁତି ପାଇଁ ପ୍ରାୟ ୧୫ଲକ୍ଷରୁ ଅଧିକ ‘ଏ-ଥ୍ରୀ’ ସାଇଜ୍ ପେପର ମଧ୍ୟ ନଷ୍ଟ ହେଉଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଅର୍ଥ ବିଭାଗ ପରୀକ୍ଷାମୂଳକ ଭାବେ ଚଳିତମାସରୁ ଭୁବନେଶ୍ୱର ସ୍ପେଶାଲ ଟ୍ରେଜେରୀ-୧ରୁ ଦରମା ଉଠାଣ କରୁଥିବା ସମସ୍ତ ଡିଡିଓ(ଡ୍ରଇଂ ଆଣ୍ଡ ଡିସର୍ବସ ଅଫିସର)ଙ୍କୁ ୩୦ତାରିଖରେ କର୍ମଚାରୀଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ମାସରୁ ଏହା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସମସ୍ତ ଡିଡିଓମାନଙ୍କ ପାଇଁ ଲାଗୁ ହେବ। ୨୦୨୦ ଜାନୁୟାରୀ ମାସରୁ ଏହି ନିୟମ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେବ। ଅର୍ଥାତ୍ ରାଜ୍ୟର ସବୁ ନିୟମିତ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୨୦୨୦ ଜାନୁୟାରୀରୁ ମାସର ଶେଷ ତାରିଖରେ ହିଁ ଦରମା ମିଳିବ। ତେବେ କେବଳ ମାର୍ଚ୍ଚ ମାସର ଦରମା ଓ ପେନସନ୍ ଏପ୍ରିଲ ପହିଲାରେ ମିଳିବ। ଏହି ସମାନ ନିୟମ ପେନସନଧାରୀଙ୍କ ପାଇଁ ବି ପ୍ରଯୁଜ୍ୟ ହେବ।

ସୂଚନାଯୋଗ୍ୟ, ପୂର୍ବରୁ ୧ରୁ ୨୫ତାରିଖ ପର୍ଯ୍ୟନ୍ତ ଉପସ୍ଥାନକୁ ଦୃଷ୍ଟିରେ ରଖି ଡିଡିଓମାନେ ପ୍ରତ୍ୟେକ ମାସର ଦରମା ନିର୍ଦ୍ଧାରଣ କରୁଥିଲେ ଓ କର୍ମଚାରୀମାନଙ୍କୁ ପ୍ରତିମାସର ପ୍ରଥମ ତାରିଖ ଅବା ସପ୍ତାହରେ ଦରମା ମିଳୁଥିଲା। ଦରମା ଓ ପେନସନ୍ ପ୍ରସ୍ତୁତ ପାଇଁ ଡିଡିଓମାନେ ୫ଦିନ ସମୟ ନେଉଥିଲେ। ମାତ୍ର ଚଳିତମାସଠୁ ଡିଡିଓମାନେ ପ୍ରତ୍ୟେକ ମାସର ୧୫ରୁ ପରବର୍ତ୍ତୀ ମାସ ୧୪ତାରିଖକୁ ଉପସ୍ଥାନ ଭାବେ ବିବେଚନା କରିବେ ଏବଂ ଦରମା ବିଲ୍ ୨୦ତାରିଖ ମଧ୍ୟରେ ସମ୍ପାଦନ କରିବେ। ଡିଡିଓମାନଙ୍କୁ ଏଣିକି ଅର୍ଥ ବିଭାଗ ଦ୍ୱାରା ଏକ ପୃଷ୍ଠାର ନିର୍ଦ୍ଧାରିତ ଫର୍ମାଟରେ ଏହି ଦରମା ବିଲ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos