ସାବାଡ଼ ହେଲେ ଅମାନିଆ,୨ ବର୍ଷରେ ୫୦ କୋଟି ତଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨ ବର୍ଷରେ କମିଶନରେଟ ପୁଲିସ୍‌ ଅମାନିଆଙ୍କଠାରୁ ଆଦାୟ କରିଛି ୫୦ କୋଟି। କଟକଣା ନ ମାନିବା ଏବଂ ଟ୍ରାଫିକ୍ ଉଲଂଘନ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଏହି ଟଙ୍କା ଆଦାୟ କରିଛି । କେବଳ ଭୁବନେଶ୍ୱରରୁ ୪୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ କଟକବାସୀ ତଣ୍ଡ ଗଣିଛନ୍ତି ୫ କୋଟି ଟଙ୍କା । ସୋମବାର ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି  ତଥ୍ୟ ରଖିଥିଲେ ରାଜ୍ୟ ଗୃହ […]

traffis  violation

traffis violation

Niharika Rout
  • Published: Tuesday, 07 September 2021
  • Updated: 07 September 2021, 07:49 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨ ବର୍ଷରେ କମିଶନରେଟ ପୁଲିସ୍‌ ଅମାନିଆଙ୍କଠାରୁ ଆଦାୟ କରିଛି ୫୦ କୋଟି। କଟକଣା ନ ମାନିବା ଏବଂ ଟ୍ରାଫିକ୍ ଉଲଂଘନ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଏହି ଟଙ୍କା ଆଦାୟ କରିଛି । କେବଳ ଭୁବନେଶ୍ୱରରୁ ୪୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ କଟକବାସୀ ତଣ୍ଡ ଗଣିଛନ୍ତି ୫ କୋଟି ଟଙ୍କା ।

ସୋମବାର ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି  ତଥ୍ୟ ରଖିଥିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ  ଦିବ୍ୟଶଙ୍କର ମିଶ୍ର । ଭୁବନେଶ୍ୱରରୁ ୨୦୨୦ ମସିହାରେ ଟ୍ରାଫିକ୍ ନିୟମ ଉଲଂଘନ ବାବଦକୁ ସାଢେ ୧୩ କୋଟି, ବିନା ହେଲମେଟ୍ ବାବଦକୁ ସାଢେ ୮ କୋଟି, ବିନା ସିଟ୍ ବେଲ୍ଟ ପାଇଁ ୬୫ ଲକ୍ଷ ଓ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠୁ ୮ ଲକ୍ଷରୁ ଅଧିକ ଟଙ୍କା ପୋଲିସ ଆଦାୟ କରିଛି ।

ସେହିଭଳି ୨୦୨୧ରେ ମଧ୍ୟ କମିଶନରେଟ୍ ପୁଲିସ୍‌  ଟ୍ରାଫିକ୍ ନିୟମ ଓ କରୋନା କଟକଣା ଉଲଂଘନ ବାବଦରେ କୋଟି କୋଟି ଟଙ୍କା ଫାଇନ୍ ଆଦାୟ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos