ମାଲକାନଗିରି: ୧୦୦ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସର୍ମପଣ  

ମାଲକାନଗିରି: ମାଲକାନଗିରିରେ ଶନିବାର ୧୦୦ରୁ ଅଧିକ ମାଓ ସମର୍ଥକ ଆତ୍ମସର୍ମପଣ କରିଛନ୍ତି। ସେମାନେ ସମସ୍ତେ ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସର୍ମପଣ କରିଥିବା ମାଓ ସମର୍ଥକମାନେ ହେଉଛନ୍ତି ମାଥିଲି ଥାନା ଅନ୍ତର୍ଗତ କୁକୁରଗୋଣ୍ଡା ଗାଁର। ଏମାନଙ୍କ ମଧ୍ୟରେ ଅଛନ୍ତି ୬ ଜଣ ମିଲିସିଆ, ୨ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ କ୍ରାନ୍ତିକାରୀ ମହିଳା ସଦସ୍ୟ। ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ମାସକ ମଧ୍ୟରେ ମାଥିଲି ବ୍ଲକରେ ୬୦୦ରୁ ଅଧିକ ମାଓ […]

surrender

surrender

Rakesh Mallick
  • Published: Saturday, 26 March 2016
  • Updated: 28 March 2016, 04:07 AM IST

Sports

Latest News

surrenderମାଲକାନଗିରି: ମାଲକାନଗିରିରେ ଶନିବାର ୧୦୦ରୁ ଅଧିକ ମାଓ ସମର୍ଥକ ଆତ୍ମସର୍ମପଣ କରିଛନ୍ତି। ସେମାନେ ସମସ୍ତେ ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସର୍ମପଣ କରିଥିବା ମାଓ ସମର୍ଥକମାନେ ହେଉଛନ୍ତି ମାଥିଲି ଥାନା ଅନ୍ତର୍ଗତ କୁକୁରଗୋଣ୍ଡା ଗାଁର। ଏମାନଙ୍କ ମଧ୍ୟରେ ଅଛନ୍ତି ୬ ଜଣ ମିଲିସିଆ, ୨ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ କ୍ରାନ୍ତିକାରୀ ମହିଳା ସଦସ୍ୟ।

ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ମାସକ ମଧ୍ୟରେ ମାଥିଲି ବ୍ଲକରେ ୬୦୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରି ସାରିଲେଣି। ଏଥିରୁ ଜଣାପଡୁଛି ଯେ ଏହି ଅଞ୍ଚଳରେ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଅନ୍ୟ ଗାଁଗୁଡ଼ିକରେ ଥିବା ମାଓ ସମର୍ଥକମାନଙ୍କୁ ମଧ୍ୟ ଆମେ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ କରୁଛୁ। ମାଓବାଦୀଙ୍କ ହାତ ଛାଡ଼ିଲେ ସରକାରଙ୍କ ନୀତି ଅନୁଯାୟୀ ସମସ୍ତଙ୍କୁ ସୁବିଧା ସୁଯୋଗ ପ୍ରଦାନ କରାଯିବ।”

ଏହା ପୂର୍ବରୁ ମାଓବାଦୀଙ୍କ କାର୍ଯ୍ୟକଳା ପରେ ବିତସ୍ପୃହ ହୋଇ ମାର୍ଚ୍ଚ ୨୧ ତାରିଖରେ ଜିଲ୍ଲାର ମାଥିଲି ଥାନାରେ ୨୦୦ ମାଓ ସମର୍ଥକ ଆତ୍ମସର୍ମପଣ କରିଥିଲେ। ଏମାନେ ସମସ୍ତେ କୁଲେଇ, ଦତୀବାଟ ଓ କାଦାଭାଟ୍ଟ ଗାଁର ଥିଲେ।

ମାର୍ଚ୍ଚ ୧୪ ତାରିଖରେ ଜିଲ୍ଲାର ମାଥିଲି ଥାନାରେ ମାଓ କାର୍ଯ୍ୟକଳାପକୁ ବିରୋଧ କରି ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ଏମାନେ ସମସ୍ତେ ବାରା ଗାଁର ବାସିନ୍ଦା ଥିଲେ।

ମାର୍ଚ୍ଚ ୧୩ ତାରିଖରେ ପୋଟେରୁ ଫାଣ୍ଡିରେ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ୫୭ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୨୫ ଜଣ ମହିଳା ଥିଲେ। ସେମାନେ ମାଓବାଦୀଙ୍କ କାଲିମେଳା ଦଲମ୍ ପାଇଁ କାମ କରୁଥିଲେ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଥିଲା।

ମାର୍ଚ୍ଚ ୧୨ ତାରିଖରେ ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁର ୧୯ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମିଲିସିଆ, ୩ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ ଜନନାଟ୍ୟ ମଣ୍ଡଳୀ ସଦସ୍ୟ ଥିଲେ। ସେମାନେ ସମସ୍ତେ ମାଓବାଦୀଙ୍କ ଦରଭା ଡିଭିଜନ୍‌ର ସଦସ୍ୟ ଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ଥିଲା।

ମାର୍ଚ୍ଚ ୧୧ ତାରିଖରେ ୧୯ ଜଣ ମାଓ ସମର୍ଥକ ମାଲକାନଗରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିଦିନ ଛତିଶଗଡ଼ର ବସ୍ତର ଏସ୍‌ପିଙ୍କ ନିକଟରେ ୫୬ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୭ ଜଣ ମାଲକାନଗିରିର ଥିଲେ।

ମାର୍ଚ୍ଚ ୭ ତାରିଖରେ ମାଥିଲି ଥାନା ଅନ୍ତର୍ଗତ କରିମିଟି ଗାଁର ୪୦ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ସେହିପରି ମାର୍ଚ୍ଚ ୫ ତାରିଖରେ ପୂଜାରୀପୁଟ, ଟେ’ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ୧୪୦ରୁ  ଅଧିକ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ଗତ ୪ ମାସ ମଧ୍ୟରେ ଜିଲ୍ଲାରେ ଦେଢ଼ ହଜାରରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos